ଟିଟିଲାଗଡ଼-ରାଇପୁର ରେଳ ସେକ୍ସନ ରେ ଫେବୃଆରୀ ମାସ ୨୦ ତାରିଖ ଠାରୁ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ପରେ ଏହାକୁ କାର୍ଯ୍ୟକ୍ଷମ କରାଯାଇ ବର୍ତ୍ତମାନ ସୁଦ୍ଧା ଛଅ ଯୋଡ଼ା ଟ୍ରେନ ଇଲେକ୍ଟ୍ରିକ ଟ୍ରାକ୍ସନରେ ଚଳାଚଳ କରାଯାଉଥିବା ବେଳେ ଆସନ୍ତା କଲି ଠାରୁ ଆହୁରି ୧୦ ଯୋଡ଼ା ଟ୍ରେନ ଏହି ମାର୍ଗରେ ନୂତନ ଇଲେକ୍ଟ୍ରିକ ଟ୍ରାକ୍ସନରେ ଚଳାଚଳ କରାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I
18421/18422 ପୁରୀ -ଆଜମେର-ପୁରୀ ଏକ୍ସପ୍ରେସ, 22973/22974 & 12993/12994 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ, 22827/22828 ପୁରୀ-ସୁରଟ-ପୁରୀ ଏକ୍ସପ୍ରେସ, 12843/12844 & 18405/18406 ପୁରୀ-ଅହମଦାବାଦ-ପୁରୀ ଏକ୍ସପ୍ରେସ, 12145/12146 ମୁମ୍ବଇ ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ, 22847/22848 ବିଶାଖାପାଟଣା-ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ, 18407/18408 ପୁରୀ-ସାଇ ନଗର ସିରଡ଼ି-ପୁରୀ ଏକ୍ସପ୍ରେସ ଏବଂ 12807/12808 ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଟ୍ରେନ ଗୁଡିକ ମାର୍ଚ୍ଚ ମାସ ୩ ତାରିଖ ଠାରୁ ନୂତନ ଇଲେକ୍ଟ୍ରିକ ଟ୍ରାକ୍ସନ ମାର୍ଗରେ ଟିଟିଲାଗଡ଼-ରାଇପୁର ରେଳ ସେକ୍ସନ ରେ ଚଳାଚଳ କରିବ I
ଫେବୃଆରୀ ମାସ ୨୦ ତାରିଖ ଠାରୁ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ପରେ ଏହି ମାର୍ଗରେ 18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ, 17481/17482 ତିରୁପତି-ବିଳାସପୁର-ତିରୁପତି ଏକ୍ସପ୍ରେସ, 18517/18518 କୋର୍ବା-ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ, 18573/18574 ବିଶାଖାପାଟଣା-ଭଗତ କି କୋଠି-ବିଶାଖାପାଟଣା ଏକ୍ସପ୍ରେସ, 58217/58218 ରାଇପୁର-ଟିଟିଲାଗଡ଼-ରାଇପୁର ପାସେଞ୍ଜର ଏବଂ 58529/58530 ବିଶାଖାପାଟଣା-ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଗୁଡିକ ନୂତନ ଇଲେକ୍ଟ୍ରିକ ଟ୍ରାକ୍ସନ ମାର୍ଗରେ ଟିଟିଲାଗଡ଼-ରାଇପୁର ରେଳ ସେକ୍ସନ ରେ ଚଳାଚଳ କରୁଅଛି I ଇଲେକ୍ଟ୍ରିକ ଇଞ୍ଜିନ ଦ୍ୱାରା ଚଳାଚଳ କରୁଥିବା ଟ୍ରେନ ଗୁଡିକ ପ୍ରଦୂଷଣ ମୁକ୍ତ ଓ ପରିବେଶ ପ୍ରତି ସହାୟକ ହୋଇଥିବା ବେଳେ ଏହା ଡିଜେଲ ସଞ୍ଚୟ କରିବା ସହିତ ଶକ୍ତି ସଞ୍ଚୟ କରିଥାଏ I