କୋଲକତା– କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା ଐତିହାସିକ କାଳୀଘାଟ ଶକ୍ତିପୀଠରେ ରବିବାର ଦିନ ପୂଜାର୍ଚ୍ଚନା କରିଥିଲେ । ଗୃହମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଅମିତ ଶାହା କଲିକତା ଯାଇଥିଲେ । ଶ୍ରୀ ଶାହା ପ୍ରାତଃ ସମୟରେ ଏନଏସଜିର ବିଶେଷ ପରିସରକୁ ଉଦ୍ଘାଟନ କରିଥିଲେ । ଏହା ପରେ ଦ୍ୱିପହର ସମୟରେ ଶହୀଦ ମିନାର ମୈଦାନରେ ରାଜନୈତିକ ଜନସଭାକୁ ସମ୍ବୋଧିତ କରିଥିଲେ । ଏହା ପରେ ୩.୪୫ମି. ସମୟରେ ଶ୍ରୀ ଶାହା କାଳୀଘାଟ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ପହଂଚିଥିଲେ । ଅମିତ ଶାହାଙ୍କ ସହିତ ପ୍ରଦେଶ ଭାରତୀୟ ଜନତା ପାଟିର ମୁଖ୍ୟ ନେତା ମାନେ ଉପସ୍ଥିତ ଥିବା ବେଳେ ତାଙ୍କ ସହିତ ମୁକୁଳ ରାୟ ଏବଂ କୈଳାସ ବିଜୟବଂଗୀୟ ଉପସ୍ଥିତ ଥିଲେ । ଶ୍ରୀ ଶାହା ୫ ମିନିଟ୍ ପର୍ଯ୍ୟନ୍ତ ମନ୍ଦିରର ଦର୍ଶନ କରିଥିଲେ । ସୁରକ୍ଷାକୁ କଡ଼ା କଡ଼ି କରାଯାଇଥିଲା । ମନ୍ଦିରର ପୁରୋହିତ ତାଙ୍କୁ ମା କାଳୀଙ୍କ ଠାରେ ପୂଜାର୍ଚ୍ଚନା କରାଇଥିଲେ । ସେଠାରେ ଅପେକ୍ଷା କରିଥିବା ସାମ୍ବାଦିକ ମାନଙ୍କୁ ସେ କିଛି କହିନଥିଲେ । ପୂଜାର୍ଚ୍ଚନା କରିବା ପରେ ସେ ତାଙ୍କ ଗାଡ଼ିରେ ବସି ରାଜାରହାଟ ହୋଟେଲକୁ ଯାଇଥିଲେ ।
Related Stories
November 23, 2024