
ଜୟପୁର – ସରକାରୀ କାଯ୍ୟଳୟରେ ରାଜନୈତିକ ଦଳର ବୈଠକକୁ ନେଇ ଏଆଇସିସି ସଭ୍ୟ ରବିନ୍ଦ୍ର ମହାପାତ୍ର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ମହାପାତ୍ର ଉପ ଜିଲାପାଳ ଙ୍କ ଜରିଆରେ ଜିଲାପାଲଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଜୟପୁର ବ୍ଲକ ଅନ୍ତର୍ଗତ ଡଙ୍ଗରଛିଂଚି ପଂଚାୟତ କାଯ୍ୟାଳୟ ମଧ୍ୟରେ ଭାଜପା ଦଳର ଦଳୀୟ ବୈଠକ ହୋଇଥିଲା । ଗୋଟିଏ ସରକାରୀ କାର୍ଯ୍ୟାଳୟ ମଧ୍ୟରେ କୌଣସି ରାଜନୈତିକ ଦଳକୁ ଦଳିୟ ବୈଠକ କରିବା ପାଇ ଅନୁମତି କେମିତି ଦିଆଗଲା । ତାହା ମଧ୍ୟ ଅପିସ ସମୟରେ ବୈଠକ ହୋଇଥିଲା । ଏଥିନିମନ୍ତେ ପଂଚାୟତ କାର୍ଯ୍ୟାଳୟର କର୍ମଚାରୀମାନେ ଦଳୀୟ ବୈଠକ ହେବ ବୋଲି ସେମାନେ ସରକାରୀ କାଯ୍ୟ ଛାଟି ଚେୟାକ ସଜେଇବା ପାଇ ବ୍ୟସ୍ଥ ରହିଥିଲେ । ଏହା ପରେ କିଛି ଜୁଜିନେତା ପହଂଚି ଦଳୀୟ ପତକା ଓ ବେନର ଧରି ଦଳ ବିଷୟରେ ଭାଷଣ ଦେଇଥିଲେ । ଏହାଶୁଣି ପଂଚାୟ କାର୍ଯ୍ୟାଳୟର କର୍ମଚାରୀମାନେ ତାଳି ମାରିବାରେ ବ୍ୟସ୍ତ ଥିଲେ । ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଏପରି ଅବସ୍ଥା ଦେଇ ଡଙ୍ଗରଛିଂଚି ପଂଚାୟତ କାର୍ଯ୍ୟାଳୟଟି ସରକାରୀ କାଯ୍ୟାଳୟ ନା ଭାଜପାର ଦଳିୟ କାଯ୍ୟାଳୟ ତାହା ସନ୍ଦେହ ସୃଷ୍ଟି କରିଛି । ତେଣୁ ସରକାରୀ ଅଫିସ ସମୟରେ କପିରି ଦଳିୟ ବୈଠକ ହେଲା ତାହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାହୁ ଦାବି କରିଛନ୍ତି ଏଆଇସିସି ସଭ୍ୟ ମହାପାତ୍ର ।