ଭୁବନେଶ୍ୱର– ଭୁବନେଶ୍ୱରରୁ ପ୍ରକାଶିତ ପାକ୍ଷିକ ଖବରକାଗଜ ‘ଅରଭାନୀ ସମୟ’ର ଚତୁର୍ଦ୍ଧଶ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଅନୁÂିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍ଗୋ, ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ତଥା କବି ପ୍ରଫେସର ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଉଦ୍ଘାଟକ ଭାବେ ଶିକ୍ଷାବିତ୍ ଓ ସମାଜସେବୀ ବଦ୍ରୀନାଥ ପଟ୍ଟନାୟକ, ସମ୍ମାନୀତ ଅତିଥିଭାବେ ଆୟକର ବିଭାଗର ପୂର୍ବତନ ମୁଖ୍ୟ ଆୟୁକ୍ତ ତଥା ସୁସାହିତି୍ୟକ ଶରତ ଚନ୍ଦ୍ର ଦାସ ଓ ସୁସାହିତି୍ୟକା ତଥା ସମାଜସେବୀକା ପ୍ରାଧ୍ୟାପିକା ବୀଣା ମିଶ୍ର ପ୍ରମୁଖ ଯୋଗ ଦେଇ ରାଷ୍ଟ୍ର ଗଠନରେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ପ୍ରକାର ଦୁର୍ନୀତି, ଅନ୍ୟାୟ ଓ ସତ୍ୟ ସମ୍ବାଦକୁ ସଠିକ ଭାବରେ ଜନସାଧାରଣଙ୍କ ପାଖରେ ପହଂଚାଇବାର ଗୁରୁଦାୟିତ୍ୱ ଗଣମାଧ୍ୟମ ନିର୍ବାହ କରୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିÂ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ କୁମାର ଶତପଥୀ ଅଧ୍ୟକ୍ଷତା କରିବା ସହ ଓଡ଼ିଆ ଭାଷା, ସଂସ୍କୃତି ଓ ପୂଜ୍ୟପୂଜା ଉପରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଖବରକାଗଜ ଉନ୍ମୋଚନ ହେବା ସହ ସାମ୍ବାଦିକତା, ଓଡ଼ିଆଭାଷା, ସଂସ୍କୃତି ଓ ପୂଜ୍ୟପୂଜା ପାଇଁ ଅରଭାନୀ ସମୟ ଗୌରବ ସମ୍ମାନ-୨୦୨୦ ପ୍ରଦୁ୍ୟମ୍ନ କୁମାର ଶତପଥୀଙ୍କୁ ପ୍ରଦାନ କରାଯିବା ସହ ଅନୁବାଦ ଲେଖା ପାଇଁ ଜୟଶ୍ରୀ ଦାସଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଏହା ସହ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତି୍ୟକ, ସମାଜସେବୀ, ସାମ୍ବାଦିକ ଓ ଶିଶୁ ପ୍ରତିଯୋଗୀମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ।
ପ୍ରାରମ୍ଭରେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱାଗତ ଭାଷଣ ଓ ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଖବର କାଗଜର ସମ୍ପାଦକ ରମେଶ କୁମାର ମହାପାତ୍ର । ସମାଜସେବୀ ନାରାୟଣ ଖୁଂଟିଆ, ସାମ୍ବାଦିକା ତଥା ସମାଜସେବିକା ରୀନା ମହାନ୍ତି, ସମିତା ମହାରଣା, ଲିଙ୍ଗରାଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।