
ମାଲକାନଗିରି-ବେଆଇନ ଧାନ ଗଛିତ ଅଭିଯୋଗରେ ମାଲକାନଗିରି ଜିଲ୍ଲାର ସମସ୍ତ ମଣ୍ଡି ଓ ମିଲ ଉପରେ ଜିଲ୍ଲାପାଳମନୀଷ ଅଗ୍ରୱାଲ ଙ୍କ ନିର୍ଦେଶ କ୍ରମେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜିଲ୍ଲାର ୨୩ଟି ମିଲ ଓ ୬୨ଟି ଧାନ ମଣ୍ଡି ଉପରେ ଏକାଥରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଗତ କିଛି ଦିନ ଧରି ମଣ୍ଡିରୁ ଧାନ ଉଠାଯାଉନଥିବା, ମିଲ ଗୁଡିକରେ ବେଆଇନ ଧାନ ଗଛିତ ରଖାଯାଇଥିବା,ଚାଷୀଙ୍କ ଧାନ ଉଠାନଯାଇ ଦଲାଲଙ୍କ ଧାନ ଉଠାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏପରିକି ଚାଷୀମାନେ ଏନେଇ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରି ଆସୁଥିଲେ। ମିଳିଥିବା ସୂଚନା ଅନୁଯାୟୀ ଟୋକେନ୍ ନଥାଇ ଧାନ ଗଛିତ ରଖାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧ ୧ ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ ହୋଇଥିବା ଜଣାପଡିଛି। ତେବେ ଚଢ଼ାଉ ସରିବା ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।