ଭୁବନେଶ୍ୱର– କଟକ ସ୍ଥିତ ଏସସିବି ମେଡ଼ିକାଲ କଲେଜ ହସ୍ପିଟାଲକୁ ବିଶ୍ୱସ୍ତରିୟ କରିବା ପାଇଁ ରାଜ୍ୟ ବଜେଟରେ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ପ୍ରକ୍ରିୟା ସ୍ୱରୂପ ୧୦ ଜଣ ବିଶିଷ୍ଟ ଚିକିତ୍ସାବିତଙ୍କୁ ଏସସିବିର ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ଏଥିମଧ୍ୟରେ ୭ ଜଣ ପଦ୍ମଶ୍ରୀ ବିଜେତା ରହିଥିବା ବେଳେ ୪ ଜଣ ଆଲୁମିନି ରହିଛନ୍ତି । ନିଯୁକ୍ତି ପାଇଥିବା ଚିକିତ୍ସାବିତ୍ ମାନେ ହେଲେ ପଦ୍ମଶ୍ରୀ ପ୍ରଫେସର ଡା. ରମାକାନ୍ତ ପଣ୍ଡା, ପଦ୍ମଶ୍ରୀ ପ୍ରଫେସର ଡା. ମୁକୁଟ ମିଞ୍ଜ, ପଦ୍ମଶ୍ରୀ ପ୍ରଫେସର ଡା. ଦେବୀ ଶେଟ୍ଟୀ, ପଦ୍ମଶ୍ରୀ ପ୍ରଫେସର ଡା. ରଞ୍ଜନ ବଦୱେ, ପଦ୍ମଶ୍ରୀ ପ୍ରଫେସର ଡା. କେ. ଶ୍ରୀନାଥ ରେଡ୍ଡୀ, ପଦ୍ମଶ୍ରୀ ପ୍ରଫେସର ଡା. ସୁବ୍ରତ ଆଚାର୍ଯ୍ୟ, ପଦ୍ମଶ୍ରୀ ପ୍ରଫେସର ଡା. ଦିଗାମ୍ବର ବେହେରା, ପ୍ରଫେସର ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଫେସର ଡା. ଜଗତ ନରୁଲା, ପ୍ରଫେସର ଡା. ଜି.ଏନ. ରାଓ ।
ଭେଶଜ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ଏହାର ସଦସ୍ୟ ଆବାହକ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।