ଭୁବନେଶ୍ୱର – ଟ୍ରେନ ଯାତ୍ରୀ ମାନଙ୍କର ·ହିଦାକୁ ଦୃଷ୍ଟିରେ ରଖି ଏବଂ ଭୁବନେଶ୍ୱର ଓ କଟକ ଦୈତ୍ୟ ନଗରୀ ସହିତ ଆଖପାଖ ଯାତ୍ରୀମାନଙ୍କ ଗମନାଗମନ ପାଇଁ ସୁବିଧା ଯୋଗାଇଦେବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଏକ ଜନସାଧାରଣ ସ୍ପେସିଆଲ ଟ୍ରେନ ଚଳାଚଳ କରାଇବାକୁ ସ୍ଥିର କରାଯାଇଛି । ପରୀକ୍ଷାମୂଳକ ଭାବେ ମାର୍ଚ୍ଚ ମାସ ପହିଲା ଠାରୁ ୩୧ ତାରିଖ ମଧ୍ୟରେ ଏହି ଟ୍ରେନ୍ ଗଡିବ ।
ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୦୮୪୬୦ ଭୁବନେଶ୍ୱର-କଟକ ଜନସାଧାରଣ ସ୍ପେସିଆଲ ଟ୍ରେନ ଭୁବନେଶ୍ୱର ଠାରୁ ଅପରାହ୍ନ ୧ଟା୩୦ମିରେ ଛାଡି ବାରଙ୍ଗ ଓ ଗୋପାଳପୁର ବାଲିକୁଦା ମାର୍ଗ ଦେଇ କଟକ ଠାରେ ଅପରାହ୍ନ ୨ଟା୩୦ମିରେ ପହଂଚିବ । ଫେରିବା ମାର୍ଗରେ ଏହି ଟ୍ରେନ କଟକ ଠାରୁ ଅପରାହ୍ନ ୨ଟା୪୦ମି.ରେ ଛାଡି ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱର ଠାରେ ଅପରାହ୍ନ ୫ଟା୨୦ମିରେ ପହଂଚିବ ।
ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ଟ୍ରେନ ବାଣୀବିହାର, ମେଂଚଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା ଓ କାଠଯୋଡ଼ି ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଫେରିବା ପଥରେ ଏହା କଟକ ଓ ଭୁବନେଶ୍ୱର ମଧ୍ୟରେ କେନ୍ଦ୍ରାପଡ଼ା ରୋଡ଼, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, ଶାଳଗାଁ, ·ରବାଟିଆ, ବଡପଦାଗାଁ, ଗୁରୁଡ଼ିଝାଟିଆ, ମାଛପୁର, ରାଧାକିଶୋରେପୁର, ଘଂଟିଖାଲ ନିଧିପୁର, ସର୍ପେଶ୍ୱର, ନରାଜ ମାର୍ଥାପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ପଟିଆ ମେଂଚଶ୍ୱର ଓ ବାଣୀବିହାର ଷ୍ଟେସନ ମାନଙ୍କରେ ରହଣି କରିବ ।
ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ସ୍ପେସିଆଲ ଟ୍ରେନ ଚଳାଚଳ ପାଇଁ ଏକ ମେମୁ ଟ୍ରେନ କୁ ଉପଯୋଗ କରାଯିବ । ଭୁବନେଶ୍ୱର ଓ କଟକ ଦୈତ୍ୟ ନଗରୀ ସହିତ ଆଖପାଖ ଯଥା ଚୌଦ୍ୱାର, ଆଠଗଡ଼, ବଡମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲ୍ଲାର କିଛି ଅଂଚଳର ଯାତ୍ରୀମାନଙ୍କ ଗମନାଗମନ ପାଇଁ ସହାୟକ ହେବ ।