-
– ଯାଂଚ କଡାକଡି କରିବାକୁ ପରିବହନ କମିଶନରଙ୍କ ନିଦେ୍ର୍ଧଶ
ଭୁବନେଶ୍ୱର– – ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ପାଇଁ ଶନିବାର ଡେଡ୍ ଲାଇନ୍ ଶେଷ ହେବା କାରଣରୁ ରବିବାର ଠାରୁ ଯାଂଚ କଡାକଡି ହେଉଛି । ଜାଂଚକୁ କଡାକଡି କରିବାକୁ ପରିବହନ କମିଶନର ନିକୁଂଜ ଧଳ ନିଦେ୍ର୍ଧଶ ଦେଇଛନ୍ତି । ଏଥିପାଇଁ କମିଶନର ସମସ୍ତ ଜିଲ୍ଲାର ଜିଲ୍ଲାପାଳ , ଏସପି ଓ ଡିସିପି ମାନଙ୍କୁ ଚିଠି ଲେଖି ନିଦେ୍ର୍ଧଶ ଦେଇଛନ୍ତି । କମିଶନର କହିଛନ୍ତି ଯେ ଗାଡି ସମ୍ପର୍କିତ କାଗଜପତ୍ର ଠିକ୍ କରିବାକୁ ଜନସାଧାରଣଙ୍କୁ ୬ ମାସର ସମୟ ଦିଆଯାଇଥିଲା । ଏହା ଶେଷ ହୋଇଛି । ତେଣୁ ଆସନ୍ତାକାଲିଠାରୁ ଟା୍ରଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ କଡାକଡି ଯାଂଚ କରିବାକୁ କମିଶନର ନିଦେ୍ର୍ଧଶ ଦେଇଛନ୍ତି ।
ମଦ ପିଇ ଗାଡି ଚଳାଇବା , ଦ୍ରୁତ ଗତିରେ ଗାଡି ଚାଳନା , ବାଇକ୍ ରେ ୩ ଜଣ ଯାତ୍ରା କରିବା , ବିନା ହେଲମେଟ୍ ରେ ଦୁଇ ଚକିଆ ଚଳାଇବା , ଚାରି ଚକିଆ ଯାନରେ ସିଟ୍ ବେଲ୍ଟର ବ୍ୟବହାର କରିବା , ଓଭର ଲୋଡିଂ , ନାବାଳକ ଚାଳକ , ଗାଡି ଚଳାଇବା ବେଳେ ଫୋନ୍ ର ବ୍ୟବହାର , ଓଲଟା ରାସ୍ତାରେ ଗାଡି ଚଳାଇବା , ଓଭର ଲୋଡ୍ ସ୍କୁଲ ଗାଡି , ନାଲି ବତୀ ଉଲ୍ଲଘଂନ ଆଦି ବିଷୟରେ ଯାଂଚ କଡାକଡଇ କରିବାକୁ କମିଶନର କହିଛନ୍ତି । ସେହିପରି ଭିଡ କମାଇବାପାଇଁ ଏକସଙ୍ଗେ ୪ ଟି ଗାଡି ଯାଂଚ କରିବାକୁ କମିଶନର କହିଛନ୍ତି ।
ଗତ ଗୁରୁବାର ଏସମ୍ପର୍କରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଯେ ଦୁର୍ଘଟଣା ହାର କମାଇବାକୁ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯିବ । ନୂଆ ନିୟମ ଅନୁଯାୟୀ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ୭୦ ପ୍ରତିଶତ ପୋଲିସ୍ କର୍ମଚାରୀ ଗାଡି ଯାଂଚ କାର୍ଯ୍ୟରେ ନିୟୋଜିତ ହେବେ । ଅଧିକାଂଶ ଲୋକ କାଗଜପତ୍ର ଠିକ୍ କରାଇ ସାରିଲେଣି । ଆଉ ଆରଟିଓ ଅଫିସ୍ ରେ ଭିଡ ହେଉନାହିଁ ବୋଲି ମନ୍ତ୍ରୀ କହିଥିଲେ ।
ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧ ତାରିଖରେ କେନ୍ଦ୍ର ସରକାର ନୂତନ ମୋଟର ଯାନ ଆଇନ୍ ଲାଗୁ କରିବା ପରେ ସାଧାରଣରେ ଅସନ୍ତୋଷ ଦେଖାଦେବାରୁ ୩ ମାସ ଲେଖାଏଁ ୨ ଥର ପାଇଁ ନିୟମକୁ କୋହଳ କରାଯାଇଥିଲା । ତେଣୁ ମାର୍ଚ୍ଚ ପହିଲାରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ୍ ଚେକିଂ ଆରମ୍ଭ ହେବ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ·ଳକଙ୍କୁ ନୂଆା ନିୟମ ଅନୁଯାୟୀ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡିବ । ଏହାସହ ଜେଲ ଏବଂ ଗାଡ଼ି ·ଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରିବାର ମଧ୍ୟ ବ୍ୟବସ୍ଥା ରହିଛି ।ନୂଆ ନିୟମ ଅନୁଯାୟୀ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବାକୁ ହେବ । ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୩ଶହ ଓ ତୃତୀୟ ଥର ଧରାପଡ଼ିଲେ ୫ ଶହ ଓ ଚତୁର୍ଥ ଥର ନିୟମ ଭାଙ୍ଗିଲେ ୧୫ ଶହ ଟଙ୍କା ଗଣିବାକୁ ପଡିବ । ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦେଶକୁ ଅବଜ୍ଞା କଲେ ୫ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଦେବେ ଉଲ୍ଲଂଘନକାରୀ । ଦ୍ରୁତଗତିରେ ଗାଡି ·ଳନା ପାଇଁ ୪ ଶହରୁ ୨ ହଜାର ଟଙ୍କା , ମୋବାଇଲରେ କଥା ହୋଇ ଗାଡ଼ି ଚଲାଉଥିଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରାଯିବ କାରର ସିଟ୍ ବେଲଟ ବାନ୍ଧିନଥିଲେ ହଜାରେ ଟଙ୍କା, ବିନା ସେଫଟି ବେଲଟରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କ କାରରେ ନେଉଥିଲେ ୧ ହଜାର ଟଙ୍କା ଗଣିବାକୁ ପଡ଼ିବ ।
ସେହିଭଳି ଗୋଟିଏ ବାଇକରେ ୨ରୁ ଅଧିକ ବ୍ୟକ୍ତି ଯାଉଥିଲେ ୧ ହଜାର ଟଙ୍କା , ଗାଡ଼ି ·ଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ ମଧ୍ୟ ୧ହଜାର ଟଙ୍କା ଜରିମାନା ,ରାସ୍ତାରେ ଗଲା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ିକୁ ବାଟ ନ ଛାଡ଼ିଲେ ୧୦ ହଜାର ଟଙ୍କାର ଜରିମାନା କରାଯିବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
Related Stories
November 24, 2024
November 24, 2024