ଜୟପୁର – ଜୟପୁର ଦଶହରା ନେଇ ଆଇଟିଡିଏ ସମ୍ମିଳନୀ କକ୍ଷର୍୍େ ପୁଜା କମିଟିର ସଭାପତି ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଥିବା ବେଳେ ଆବାହକ ତଥା ଜୟପୁର ଉପ ଜିଲାପାଳ ଲୋକନାଥ ଦଳ ବେହେରା ଉପସ୍ଥିତ ରହି ଦଶହରାର ବିଭନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ତହସିଲଦାର ତଥା ଦବୋ ର ଅଧିକାରି ମାତାରାମ ଲେହାଙ୍ଗି, ଅତିରିକ୍ତ ତହସିଲଦାର ମାନସ ପଟ୍ଟନାୟକ, ଜୟପୁର ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧି, ପୌର କାର୍ଯ୍ୟନିବାହୀ ଅଧିକାରି ଗୋପିନାଥ ସାରକା, ଏସଡିପିଆରଓ ପିତବାସ ବିଶ୍ୱାଳ, ସହ ଦମକଳ ବିଭାଗ, ବିଦ୍ୟୁତ ବିଭାଗ, ଅବକାରି ବିଭାଗ ସହ ସମସ୍ତ ଲାଇନ ଡିପାଟମେ ଉପସ୍ଥିତ ରହିଥିଲେ । ୨୨ ତାରିଖ ରବିବାର ମୁଳାଷ୍ଟମୀ ହେବା ସହ ୨୯ ତାରିଖ ଠାରୁ ୫ ତାରିଖ ଯାଏ ଅଧିଷ୍ଠାତ୍ରୀ ମା ଭଗବତୀ ପୀଠରୁ ମାଁ ବଜୟା ଠାକୁରାଣିଙ୍କ ଭ୍ରମଣ ଯାତ୍ରା ଅନୁଷ୍ଠିତ ହେବ । ୭ ତାରିଖ ଠିକ ସମୟରେ ଦଶହରା ପଡିଆରେ ଅପରାଜିତା ପୁଜା ଶେଷ କରିବାକୁ ସ୍ଥିର ହୋଇଥିଲା । ଷଷ୍ଠି ତିଥି ଠାରୁ ଦଶମି ଯାଏଁ ବିଭିନ୍ନ ସ୍ଥାନରୁ ଆସିଥିବା ଓ ଜୟପୁରର କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବା ସହ ଦଶମୀ ତଥା ଦଶହରାରେ ରାବଣ ପୋଡି କାର୍ଯ୍ୟକ୍ରମ ରାତ୍ର ୯ଟା ସୁଦ୍ଧା ଶେଷ କରିବାକୁ ସ୍ଥିର କରାଯାଇଛି । ୩ ତାରିଖ ଷଷ୍ଠିରେ ଦକ୍ଷିଣ କାଳିଙ୍କ ଓ ୬ ତାରିଖ ନବମି ରେ ଭଗବତି ଙ୍କ ସୁନାବେଶ କରିବା ନେଇ ସ୍ଥିର କରାଯାଇଥିଲା । ଅବିଭକ୍ତ କୋରାପୁଟ ଜିଲାରେ ଥିବା ମୁଖ୍ୟ ଦେବୀ ପୀଠ ମାନଙ୍କରୁ ଦେବୀଙ୍କ ପ୍ରତୀକ ଲାଠି, ଖଡଗ,ଢାଲ ଭଳି ଯାବତୀୟ ଦେବୀଙ୍କ ସାମଗ୍ରୀ ଆସ୍ଥାନ ଧରି ପୁଜକ ମାନେ ମହାନବମୀ ସୁଦ୍ଧା ଜୟପୁରରେ ପହଂଚିବାକୁ ନିମନ୍ତ୍ରଣ କରିବାକୁ ଦାୟିତ୍ୱ ଦିଆଯାଇଛି । ଦଶହରା ସମୟରେ ମଦ, ଜୁଆ ବନ୍ଦ କରିବାକୁ ସ୍ଥିର କରାଯାଇଛି । ଦଶହରା ୨ ଦିନ ବିଦେଶ ମଦ ଦୋକାନ ବନ୍ଦ ରହିବା ସହ ଦେଶି ମଦ କାରବାର ସମ୍ପୁଣ୍ଣ ବନ୍ଦ ରହିବାକୁ ସ୍ଥିର ହୋଇଛି । ସହର ସାରା ଆଲୋକ ମାଳାରେ ସଜ୍ଜିତ କରିବାକୁ ସ୍ଥିର କରାଯାଇଛି । ଶାନ୍ତି ଶୃଙ୍ଖଳାରେ ଦଶହରା ପୂଜା କରିବା ସହ ଯେଉଁ ମାନେ ବିଶୃଙ୍ଖଳା କରୁ ଛନ୍ତି ସେମାନଙ୍କ ଉପରେ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ଦୃଢକ୍ତି କରିଥିଲେ । ଅସାମିଜିକ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସାଧା ପୋଷାକରେ ମୁତୟନ ହେବେ ପୋଲିସ । ବିଦ୍ୟୁତ ସରବରାହ ବନ୍ଦ ନକରିବା, ସହରରେ ଦଶହରା ସମୟରେ ଦୁଇଥର ପାନୀୟ ଜଳ ଯୋଗାଇବା, ପରିମଳ ବ୍ୟବସ୍ଥା ଗ୍ରାମ ଦେବି ଓ ଲାଠିଧାରିଙ୍କୁ ନିମନ୍ତ୍ରଣ ଆଦି ଆଲୋଚନା କରାଯାଇଥିଲା । ବିଭିନ୍ନ ଗ୍ରାମ୍ୟଦେବୀ ପୀଠରୁ ନିମନ୍ତ୍ରଣ ଲାଠି ସହ ଆସିଥିବା ଭକ୍ତଙ୍କ ରହିବା, ଖାଇବା ବିଷୟରେ ଆଲୋଚନା କରାଯାଇଥିଲା । ସ୍ୱତନ୍ତ୍ର ଭାବରେ ଭଗବତି ମନ୍ଦିରେ ଶାନ୍ତି ଶୃଙ୍ଖଳା, ଟ୍ରାଫିକ ସମସ୍ୟା ପାଇଁ ପୋଲିସ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ପୋଲିସକୁ ଅନୁରୋଧ କରାଯାଇଥିଲା । ସହରରେ ବସୁଥିବା ମେଢ ମାଁଙ୍କ ମୃଣୟ ମୁର୍ତିିଙ୍କ ଗ୍ରୀନ ଟ୍ରିବୁନାଲ ନିର୍ଦ୍ଦେଶ ମୁତାବକ ବସର୍ଜନ କରାଯିବା ନେଇ କମିଟି କରାଯାଇଥିଲ ।
Related Stories
November 22, 2024