ଭୁବନେଶ୍ୱର – ମାଲାନାନଗିରି ଜିଲ୍ଲାରେ ମାଓବାଦ ବିରୋଧୀ ଅଭିଯାନରେ ମୁତୟନ ହୋଇଥିବା ବିଏସଏଫ କନଷ୍ଟେବଳ ମହମ୍ମଦ ଅନିସଙ୍କ ଦିଲ୍ଲୀରେ ଦଙ୍ଗାରେ ଘର ପୋଡି ଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅନିସଙ୍କ ସହ ଏ ସମ୍ପର୍କରେ ଟେଲିଫୋନ୍ରେ କଥା ହୋଇ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଏଥିସହ ସେ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ।
ସୂଚନାଯୋଗ୍ୟ ଯେ ବିଏସଏଫର ନବମ ବାଟାଲିୟନରେ କାର୍ଯ୍ୟ କରୁଥିବା ଜଣେ କନଷ୍ଟେବଳ ମହମ୍ମଦ ଅନିସ ବର୍ତ୍ତମାନ ମାଲକାନଗିରିର ମାଓବାଦୀ ପ୍ରଭାବିତ ସ୍ବାଭିମାନ ଅଞ୍ଚଳରେ ମୁତୟନ ଅଛନ୍ତି ।