-
ପାଇବେ କ୍ୟାବିନେଟ ପାହ୍ୟା
ଭୁବନେଶ୍ୱର– ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ନୂତନ ଦାୟିତ୍ୱ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିବ ।ସୂଚନାଯୋଗ୍ୟ ଯେ ସଞ୍ଜୟ ଦାସବର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବ କାର୍ଯ୍ୟକାଳରେ ସେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ଏଥର 2019 ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ ।