ବାରିପଦା– ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପେଡ଼ାଗଡି ଗ୍ରାମ ଆମ୍ବତୋଟାରେ ଆଜି ସକାଳ ସମୟରେ ସ୍ଥାନୀୟ ଜନସାଧାରଣ ଏକ ଯୁବକର ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ । ସେମାନେ ଏନେଇ ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମୃତ ଯୁବକ ଜଣକ ହେଲେ ପେଡ଼ାଗଡି ଗ୍ରାମର ବ୍ରଜକିଶୋଇ ବିନ୍ଧାଣୀ । ନିଜ ଘରଠାରୁ ମାତ୍ର ଶହେ ମିଟର ଦୂରରେ ତାଙ୍କ ଶବ ମିଳିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଅାସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।