ବାଲେଶ୍ୱର– ବାଲେଶ୍ୱର ଜିଲ୍ଲାର ସୋର ଅଂଚଳରେ କୁକୁଡ଼ା ମଡ଼କ ଦେଖାଦେଇଛି । ଆଜି ସହରର ୧୬ ନଂ ଜାତୀୟ ରାଜପଥ କଡ଼ରେ ଶହ ଶହ ସଂଖ୍ୟାରେ କୁକୁଡ଼ା ମରି ପଡିଥିବା ଦେଖିବାକୁ ମିଳିଛି । ସେହିପରି ସହର ଉପକଣ୍ଠସ୍ଥ ସାହି ଓ ବସ୍ତି ମାନଙ୍କରେ କିଛି ଦେଶି କୁକୁଡ଼ା ମରିପଡିଛନ୍ତି । ତେବେ କିପରି ଓ କେଉଁ ପରିସ୍ଥିତିରେ ଏତେ ସଂଖ୍ୟକ କୁକୁଡ଼ାଙ୍କ ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ ।
ଅନ୍ୟପକ୍ଷରେ କୁକୁଡ଼ା ମଡ଼କକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ବାର୍ଡ଼ଫ୍ଲୁ ଆଶଙ୍କାରେ ଅଧିକାଂଶ ଲୋକେ ଚିକେନ୍ ଖାଇବା ବନ୍ଦ କରି ଦେଇଛନ୍ତି । ଫଳରେ ବଜାରରେ ଆଜି ଚିକେନ ଦର ହ୍ରାସ ପାଇ କେଜି ପ୍ରତି ୫୦ ଟଙ୍କାକୁ ଖସି ଆସିଛି । ସ୍ଥାନୀୟ ପ୍ରାଣୀ ବିଭାଗ ଘଟଣାର ଯାଂଚ୍ ଆରମ୍ଭ କରିଛି ।