-
ବର୍ତ୍ତମାନର ଏକ କିଲୋମିଟର ବଦଳରେ ଅଧା କିଲୋମିଟର ଚାଲିବାକୁ ପଡିବ
-
26 ଫୁଟ ଦୂରରୁ ରାମଲାଲାଙ୍କୁ କରାଯାଇ ପାରିବ ଦର୍ଶନ
ନୂଆଦିଲ୍ଲୀ । ମାର୍ଚ୍ଚ 25 ତାରିଖ ଅର୍ଥାତ ଅର୍ଥାତ୍ ଚୈତ୍ର ନବରାତ୍ରୀର ପ୍ରଥମ ଦିନ ଠାରୁ ଭକ୍ତ ମାନେ ଅଯୋଧ୍ୟାରେ ନୂତନ ସ୍ଥାନରେ ରାମଲାଲାଙ୍କ ଦର୍ଶନ କରି ପାରିବେ । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଏହି ସୂଚନା ଦେଇଛନ୍ତି ।
ଏଥିପାଇଁ ରାମଲାଲାଙ୍କୁ ଏକ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତରଣ କରାଯାଉଛି। ଏଇଥି ପାଇଁ ପ୍ରଶାସନକୁ 15 ଦିନ ସମୟ ଦିଆଯାଇଛି | ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରରେ ତିନି ଦିନିଆ ଅଯୋଧ୍ୟା ମହୋତ୍ସବର ଶେଷ ଦିନ ରବିବାର ଦିନ ଏହି ପ୍ରସଙ୍ଗରେ ଆୟୋଜିତ ଏକ ସେମିନାରକୁ ସମ୍ବୋଧିତ କରି ଶ୍ରୀ ରାୟ ଏହି ସୂଚନା ଦେଇଛନ୍ତି ।
ଏହି ଅବସରରେ ଶ୍ରୀ ଚମ୍ପତ ରାୟ କହିଛନ୍ତି ଯେ ବର୍ତ୍ତମାନ ଲୋକମାନେ 52 ଫୁଟ ଦୂରରୁ ଗୋଟିଏ କିମ୍ବା ଦୁଇ ସେକେଣ୍ଡ ପାଇଁ ରାମଲାଲାଙ୍କୁ ଦର୍ଶନ କରି ପାରୁଛନ୍ତି । ହେଲେ ଏବେ ଆମେ ଏହି ବ୍ୟବସ୍ଥାକୁ 26 ଫୁଟକୁ ହ୍ରାସ କରିବାକୁ ବ୍ୟବସ୍ଥା କରୁଛୁ। ସେହିପରି ଭକ୍ତ ମାନେ ଦୁଇ ମିନିଟ୍ ପାଇଁ ଦର୍ଶନର ସୁଯୋଗ ଦିଆ ଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ସେ ପ୍ରକାଶ କରିଛନ୍ତି ।
ଶ୍ରୀ ରାୟ କହିଛନ୍ତି ଯେ ଶ୍ରୀ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ 30 ବର୍ଷ ପୂର୍ବେ ହୋଇସାରିଛି, ତେଣୁ ଏବେ ଭୁମିପୁଜନ କାର୍ଯ୍ୟ କରାଯିବ। ଏହି କାର୍ଯ୍ୟ କିପରି ବ୍ୟାପକ ଭାବରେ କରାଯିବ ତାହା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି | ସେ କହିଛନ୍ତି ଯେ ବ ବୈଷୟିକ ଦଳର ରିପୋର୍ଟ ପରେ ହିଁ ମନ୍ଦିର ନିର୍ମାଣ ତାରିଖ ଏବଂ ଭୁମିପୁଜନର ମହୁର୍ତ ସ୍ଥିର କରାଯିବ । ନିଷ୍ପତ୍ତି ନିଆଯିବ।