-
ହଟ୍ଟଗୋଳ ହେବାର ସମ୍ଭାବନା
ନୂଆଦିଲ୍ଲୀ – ସୋମବାର ଦିନ ଠାରୁ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହି ଅଧିବେଶନରେ ହଟ୍ଟଗୋଳ ହେବାର ଆଶଙ୍କା କରାଯାଉଛି ।
ଏହି ଅଧିବେଶନରେ କଂଗ୍ରେସ ସମେତ ବିରୋଧୀ ଦଳ ଦିଲ୍ଲୀ ହିଂସା, ଅର୍ଥନୀତିର ସ୍ଥିତି ଭଳି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥି ସହିତ ସରକାର ସରୋଗେସି ରେଗୁଲେସନ୍ ବିଲ୍ ଏବଂ ଡିସପୁଟେଡ ଟ୍ୟାକ୍ସ ପ୍ରପଜାଲ ବିଲ ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବାକୁ ଚେଷ୍ଟା କରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।
ବିରୋଧୀ ଦଳ ମାନେ ଅଭିଯୋଗ କରିଛନ୍ତି ଯେ ଦେଶ ଅର୍ଥନୀତିକୁ କେନ୍ଦ୍ର ସରକାର ନଷ୍ଟ କରିବାରେ ଲାଗିଛନ୍ତି । ଏହା ସହିତ ବିରୋଧୀ ଦଳ ମାନେ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହିଂସା ପାଇଁ ଦାୟୀ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏହା କେନ୍ଦ୍ରରେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛି।