-
ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି)ର 29 ତମ ବିଶେଷ ସମଗ୍ର ସମୂହ ପରିସରର ଉଦଘାଟନ କଲେ ଶାହ
କୋଲକାତା– କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ପୂର୍ବାହ୍ନରେ କୋଲକାତାର ରାଜାରହାଟରେ ଏନଏସଜିର 29 ତମ ବିଶେଷ ସମଗ୍ର ସମୂହ ପରିସରର ଉଦଘାଟନ କରିଛନ୍ତି । ସକାଳ 11.45ରେ ସେ ଏହାର ଉଦଘାଟନ କରିବା ଅବସରରେ ଏନଏସଜିର ବହୁ ବଡ ଅଧିକାରୀ ଉପସ୍ଥିତ ଥିଲେ |
ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ତାଙ୍କ ଉଦବୋଧନ ଦେଇ କହିଛନ୍ତି ଯେ ଆତଙ୍କବାଦ ପ୍ରତି ଭାରତ ସରକାର ନୀତି ଜିରୋ ଟଲରେନ୍ସର ରହିଛି । ଏହି ନୀତିକୁ ପୂରା କରିବାରେ ଏନଏସଜିର ଜବାନ ମାନଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ସେ କହିଛନ୍ତି ଯେ ସମୟ ବଦଳିବା ସହ ଟେକ୍ନୋଲୋଜିର ବିକାଶ ହେଉଛି ଓ ଅସ୍ତ୍ରଶସ୍ତ୍ର ମଧ୍ୟ ବୃଦ୍ଧି ପାଉଛି, କିନ୍ତୁ ଏନଏସଜି ଜବାନ ମାନଙ୍କର ସାହସର ଏହା ବିକଳ୍ପ ନୁହେଁ ।
ଶ୍ରୀ ଶାହା କହିଛନ୍ତି ଯେ ପାଞ୍ଚ ବର୍ଷ ମଧ୍ୟରେ ଭାରତ ସରକାରଙ୍କ ଠାରୁ ଏନଏସଜି ଯେଉଁ ଆଶା ରଖିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ନିଶ୍ଚିତ ଭାବେ ପୂରଣ କରିବେ ।
ସେ କହିଛନ୍ତି ଯେ ବିଶ୍ୱର ଯେ କୌଣସି ଆତଙ୍କବାଦ ବିରୋଧୀ ଶକ୍ତି ଅପେକ୍ଷା ଏନଏସଜି ଅଧିକ ସକ୍ଷମ | ଗୃହମନ୍ତ୍ରୀ କହିଛନ୍ତି ଯେ ସମୟ ସହିତ ଆତଙ୍କବାଦୀମାନେ ସେମାନଙ୍କ ରଣନୀତି ବଦଳାଇଛନ୍ତି। ଦେଶର ସୁରକ୍ଷା ପାଇଁ ନରେନ୍ଦ୍ର ମୋଦୀଙ୍କ ସରକାର ଲଗାତାର ବ୍ୟବସ୍ଥା କରୁଛନ୍ତି। ଉକ୍ତ ସରକାର ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାର ଷ୍ଟ୍ରାଇକ କରିଥିଲେ। ଏହାପୂର୍ବରୁ ଆମେରିକା ଏବଂ ଇସ୍ରାଏଲର ନାମ ଶତ୍ରୁ ଦେଶରେ ପ୍ରବେଶ କରିବା ଏବଂ ଆକ୍ରମଣ କରିବା ପାଇଁ ବ୍ୟବହୃତ ହେଉଥିଲା। ଆଜି ଭାରତ ତୃତୀୟ ଦେଶ ଭାବରେ ଉଭା ହୋଇଛି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଭାରତକୁ ସମଗ୍ର ବିଶ୍ୱରେ ଆଗରେ ରଖିବାକୁ ଚାହୁଁଛନ୍ତି। ମୋଦୀ ସରକାରଙ୍କ ସହ ସୈନିକ ମାନଙ୍କର ପରିବାରର ସୁରକ୍ଷା ହେଉଛି ପ୍ରଥମ ପ୍ରାଥମିକତା ।