
ଭୁବନେଶ୍ୱର– ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ‘ସମ୍ମମ୍’ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସାମନାରେ ସେ ଏହି ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କଲେ ରାଜ୍ୟର ଗରୀବ ଲୋକ ମାନେ ଏହି ଭଳି ଚିକିତ୍ସାଳୟରେ ଚିକିତ୍ସା ଲାଭ କରିବାର ସୁଯୋଗ ପାଇ ପାରିବେ ।