ଢ଼େଙ୍କାନାଳ- ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ତେବେ ବର୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଅଗ୍ନିକାଣ୍ଡରେ ଗ୍ରାମର ଧନୁ ପ୍ରଧାନଙ୍କ ୨ ବଖରା ଘର, ଶରତ ପ୍ରଧାନଙ୍କ ୨ ବଖରା, କାର୍ତିକ ପ୍ରଧାନଙ୍କ ତିନି ବଖରା, ନାରାୟଣ ପ୍ରଧାନଙ୍କ ୨ ବଖରା ଏବଂ ବିଶ୍ୱନାଥ ପ୍ରଧାନଙ୍କ ୪ ବଖରା ଘର ଜଳି ପୋଡି ଛାରଖାର ହୋଇଯାଇଛି ।