ନୂଆଦିଲ୍ଲୀ– ଚୀନ୍ ରେ କରୋନା ଭାଇରସ୍ ଯୋଗୁଁ ପୁଣି ୪୭ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିସହ ମୃତକଙ୍କ ସଂଖ୍ୟା ୨୮୩୫କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯,୨୫୧ ରେ ପହଂଚିଛି ।
ଚୀନ୍ ର ନ୍ୟାସନାଲ ହେଲ୍ଥ କମିଶନର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଅନୁଯାୟୀ ଶୁକ୍ରବାର ୪୨୭ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ଜଣାପଡିଛି । ଦେଶର ହୁବେଇ ଅଂଚଳ ଏହି ଭାଇରସ୍ ର ମୁଖ୍ୟ କେନ୍ଦ୍ର । ମୃତ ୪୭ ଜଣଙ୍କ ମଧ୍ୟରୁ ୪୫ ଜଣ ଏହି ସହରର ହୋଇଥିବା ବେଳେ ବେଜିଂ ଓ ହେନାନ୍ ର ଜଣେ ଜଣେ ମୃତକ ରହିଛନ୍ତି । ସେହିପରି ଶୁକ୍ରବାର ୨୪୮ ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ କରୋନା ଭାଇରସ୍ ରୁ ସୁସ୍ଥ ହୋଇଥିବା ୨ ହଜାର ୮୮୫ ଲୋକ ଶୁକ୍ରବାର ଘରକୁ େ‘ରିଛନ୍ତିି । ବର୍ତମାନ ସୁଦ୍ଧା ପ୍ରାୟ ୩୯,୦୦୨ ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।
ସେହିପରି ଚୀନ୍ ବ୍ୟତୀତ ଭାରତ , ଆମେରିକା , ସିଙ୍ଗାପୁର , ଇଟାଲୀ ଏବଂ ଇରାନ୍ ଆଦି ଦେଶରେ ମଧ୍ୟ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତିି ।