ଭୁବନେଶ୍ୱର– ଆସନ୍ତା ମାର୍ଚ୍ଚ ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ବ୍ୟାଙ୍କ୍ ଧର୍ମଘଟ କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ୟୁନିଅନ୍ ଫର୍ ବ୍ୟାଙ୍କ୍ ୟୁନିଅନ୍ସ (ୟୁଏଫବିୟୁ)ର ଆବାହକ ସମ୍ବିତ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏ ସମ୍ପର୍କରେ ଇଣ୍ଡିଆନ୍ ବ୍ୟାଙ୍କ୍ ଆସୋସିଏସନ୍ ସହ କଥାବାର୍ତା ଚାଲିଛି ।
ସୂଚନାଯୋଗ୍ୟ ଯେ ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ ବ୍ୟାଙ୍କ୍ ଗୁଡିକ ପକ୍ଷରୁ ଆସନ୍ତା .ମାର୍ଚ୍ଚ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଥିଲା ।