ପୁରୀ- ବାଲିଗୁଆଳି ନାଗାପାଟଣା ଛକଠାରେ ସାଇ ସ୍ମାର୍ଟ ସ୍କୁଲ ଶୁକ୍ରବାର ଦିନ ଉଦଘାଟିତ ହୋଇଛି । ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦଘାଟନ କରିବା ସହ ଏହି ଅତ୍ୟାଧୁନିକ ବିଦ୍ୟାଳୟରେ ବୌଦ୍ଧିକ ଓ ମାନସିକ ବିକାଶ ଘଟିପାରିବ ବୋଲି ମତ ଦେଇଥିଲେ । ବିଦ୍ୟାଳୟ ପରିବେଶରେ ଶିଶୁମାନଙ୍କର ସମସ୍ତ ସୁବିଧା ରହିଥିବାରୁ ଏହା ଦିନେ ପୁରୀର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ନାମ କରିପାରିବ । ସ୍କୁଲର ସଭାପତି ଅନିମା ଦାସ ଯୋଗଦେଇ କହିଲେ, ଏହି ଶିକ୍ଷାନୁଷ୍ଠାନରେ ଶିଶୁମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ସମ୍ମାନିତ ଅତିଥିଭାବେ ଡେପୁଟି କଲେକ୍ଟର ସୁମନ୍ତ କୁମାର କର, ନାଲକୋର ପୂର୍ବତନ ନିର୍ଦ୍ଦେଶକ ତଥା ସ୍କୁଲର ଚେୟାରମ୍ୟାନ୍ କାଶୀନାଥ ମିଶ୍ର, ପୁରୀ ଓକିଲ ସଂଘର ପୂର୍ବତନ ସଭାପତି ପୁଷ୍କର ମହାପାତ୍ର, କଲେଜ ଅଫ୍ ଫାର୍ମସିଟିକାଲ ସାଇନ୍ସର ନିର୍ଦ୍ଦେଶକ ଡଃ. ଭକ୍ତିଭୂଷଣ ବାରିକ ଓ ଅଧ୍ୟକ୍ଷ ଡଃ. ଅମୀୟକାନ୍ତ ମିଶ୍ର ଯୋଗଦେଇଥିଲେ । ଉଦଘାଟନ ପରେ ସ୍କୁଲର ପ୍ରିନ୍ସପାଲ ପ୍ରକାଶ ଚନ୍ଦ୍ର ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପୁରୀର ଶିକ୍ଷା ଆନ୍ଦୋଳନର ଭଗିରଥ ରାଜନେତା, ଆଇନଜୀବି, ସମାଜସେବୀ ସ୍ୱର୍ଗତ ପ୍ରଫୁଲ୍ଲ ମିଶ୍ରଙ୍କ ଅଧୁରା ସ୍ୱପ୍ନ ପୂରଣ ହୋଇଛି ବୋଲି ଫାର୍ମାସି ମହାବିଦ୍ୟାଳୟର ସଂପାଦକ ଇଂ ରୋଜା ପ୍ରିୟଦର୍ଶୀ ମତ ଦେଇଥିଲେ । ଏଠାରେ ଶିଶୁମାନଙ୍କ ପାଇଁ ପାର୍କ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ରହିଛି ।
ଏହି ଉଦଘାଟନୀ ଉତ୍ସବରେ ଆଇନଜୀବି କ୍ଷେତ୍ରବାସୀ ରଥ, ପ୍ରେମାନନ୍ଦ ମହାନ୍ତି, ସରପଂଚ, ଶିକ୍ଷାବିତ୍, ଛାତ୍ରଛାତ୍ରୀ ଓ ଅନୁଷ୍ଠାନର କର୍ମଚାରୀମାନେ ଯୋଗଦେଇଥିଲେ । ଅଧ୍ୟାପିକା ସୁନୀତା ମିଶ୍ର, ଅଧ୍ୟାପକ ସିଦ୍ଧେଶ୍ୱର ପାଟ୍ଟଯୋଶୀ, ଶିକ୍ଷୟିତ୍ରୀ ଶୁଭଶ୍ର ମଳିକ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଲକ୍ଷ୍ମୀଧର ମହାପାତ୍ର ସଂଯୋଜନା କରିଥିଲେ ।
Related Stories
November 22, 2024