ଜଟଣୀ- ଜଟଣୀ ସହରର ପ୍ରମୁଖ ବଜାର ସୀତାରାମ ଛକଠାରେ ଆଜକୁ ଦିର୍ଘ ଦିନହେଲା ଶୈାଚାଳୟଟିଏ ନାହିଁ । ଏଠାକୁ ଆସୁଥିବା ଆଗନ୍ତୁକମାନଙ୍କ ସହିତ ଏଠାକାର ଗରୀବ ଅସହାୟଙ୍କ ପାଇଁ ଜରୁରୀକାଳିନ ଅବସ୍ଥାରେ ସମସ୍ୟା ସୃଷ୍ଟି ହେଉଛି । ଏହି ଛକଟି ଜଟଣୀ ପୈାରପରିଷଦ ଓ ଖୋର୍ଦ୍ଧାରୋଡ ରେଳ ଅଧିନରେ ରହିଛି । ପୈାରପରିଷଦ ପକ୍ଷରୁ କେତେକ ସ୍ଥାନରେ ଶୈାଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାବି ଖୋଲାଯାଉନି । ଅନ୍ୟ ପକ୍ଷରେ ସୀତାରାମ ଛକଟି ସଂପୁର୍ଣ୍ଣ ରେଳବିଭାଗ ଅଧିନରେ ରହିଥିବାରୁ ରେଳବିଭାଗ ଏନେଇ ଗୁରୁତ୍ୱ ବହନ କରିବାକୁ ଦାବି କରାଯାଇଛି । ସୀତାରାମ ଛକଠାରେ ଏକ ଶୁଲଭ ଶୋ÷ଚାଳୟ ସହିତ ରେତଙ୍ଗ କଲୋନୀଠାରେ ଏକ ମାର୍କେଟ କଂପ୍ଲେକ୍ସଟିଏ ନିର୍ମାଣ କରାଯିବା ପାଇଁ ଦାବି କରାଯାଇଛି । ସେହିପରି ଜଟଣୀ ଅଂଚଳରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ଏବଂ ଗରୀବ ଅସହାୟମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା ନିମନ୍ତେ ବିଭିନ୍ନ ବ୍ୟବସ୍ଥା ଥିବା ବେଳେ ଏକ ଓପନଫ୍ରିଜର ଆବଶ୍ୟକତା ରହିଛି । ରେଳ ଅଧିନରେ ଏକ ଓପନଫ୍ରିଜର ବ୍ୟବସ୍ଥା କରାଯାଉ । ଏହିପରି ତିନୋଟି ମୂଖ୍ୟ ପ୍ରସଙ୍ଗକୁ ଆଧାର କରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ଆବେଦନପତ୍ର ବିଧାୟକପ୍ରତିନିଧୀ ଜରିଆରେ ଖୋର୍ଦ୍ଧାରୋଡ ରେଳ ଡିଭିଜନର ଏଡିଆରଏମଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା କ୍ୟାପଟେନ ମନ୍ମଥ ରାଉତରାୟ, ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ସମ୍ବିତ ମଙ୍ଗରାଜ, ପୁର୍ବତନ କାଉନସିଲର ନୈାଶର ଅଲୀ, ସିଲୁ ରଥ, ରାକେଶ ଦାସ, ଅଭିନାଶ ରାଉତ ପ୍ରମୁଖ ଯୋଗଦେଇଥିଲେ ।
Related Stories
November 22, 2024