
କୋରେଇ- କୋରାଇ ବ୍ଳକ ଅନ୍ତର୍ଗତ ଗୋଳେଇପୁର ଗ୍ରାମ ପଂଚାୟତରେ ମାସିକ ବୈଠକ ନହେବା ଓ ମନୋମୁଖି ଭାବେ ସରପଂଚ ଓ ପିଇଓ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଜାଲ ଦସ୍ତଖତ କରି କାମ କରିବାକୁ ନେଇ କାର୍ଯ୍ୟାନୁÂାନ ଦାବିରେ ଜିଲ୍ପାପାଳଙ୍କ ନିକଟରେ ସମିତିସଭ୍ୟା ଭାନୁପ୍ରଭା କରଣଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟ/ସଭ୍ୟା ମାନେ ଦାବି ପତ୍ର ପ୍ରଦାନ କରିଛନ୍ତି । ୭ ଦିନ ମଧ୍ୟରେ କାର୍ଯ୍ୟାନୁÂାନ ନହେଳେ ଆନେ୍ଦାଳନକୁ ଓହ୍ଲାଇବାକୁ ଜିଲ୍ଲାପାଳଙ୍କୁ ଚେତାବନୀ ଦେଇଛନ୍ତି । ନିୟମିତ ପଂଚାୟତ ବୈଠକ ହେଉ ନଥିବା ବେଳେ ଗତ ଜାନୁଆରୀ ୧୩ ତାରିଖ ଗ୍ରାମ ପଂଚାୟତ ବୈଠକ ଅନୁÂିତ ହୋଇଥିଲା । ମାତ୍ର ବିନା ଲେଖାରେ ସାଧାଖାତାରେ ୱାଁ ସଭ୍ୟ/ସଭ୍ୟାଙ୍କ ଦସ୍ତଖତ କରାଯିବାକୁ କୁହାଯାଇଥିଲା । ମାତ୍ର ଏହାର ପ୍ରତିବାଦ କରି କେହି ଦସ୍ତଖତ କରିନଥିଲେ । ଫଳରେ ସରପଂଚ ଓ ପିଇଓ ତୁମେ ଦସ୍ତଖତ କଲେ ବା ନକଲେ ଆମ୍ଭେ କାମ କରିବୁ ବୋଲି ବୈଠକରେ କହିଥିଲେ । ନାଏବ ସରପଂଚ ସଂଯୁକ୍ତା ପାତ୍ରଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟ/ସଭ୍ୟା ମାନେ ଏନେଇ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପରବର୍ତି ଅବସ୍ଥାରେ ଏହାର ତଦନ୍ତ କରାନଯାଇ ପଂଚାୟତର କାର୍ଯ୍ୟ ନିମନ୍ତେ ୪ର୍ଥ ଓ ଚର୍ତୁଦଶ ଅର୍ଥ କମିଶନଙ୍କ ଅର୍ଥରେ ୨୨ଟି ଫାଇଲ ଖୋଲା ହେବା ନେଇ ବିଡିଓଙ୍କୁ ସୁପାରିଶ କରିଥିବା ଜାଣି ୱାର୍ଡ ସଭ୍ୟ/ସଭ୍ୟାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହା ଫଳସୂରୁପ ଆଜି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯିବା ସହ ଏହାର ନକଲ ପିଡି ଡିଆରଡିଏ, ଡିପିଓ, ବିଡିଓ, ବିଧାୟକ କୋରେଇ, ପଂଚାୟତରାଜ ସଚିବ ଓଡିଶା ସରକାରଙ୍କ ଅବଗତି ନିମନ୍ତେ ଜଣାଯାଇଛି ।