କୋରେଇ- ପାଣିକୋଇଲି ବିଦୁ୍ୟତ ଉପଖଣ୍ଡ ଅଧିନସ୍ଥ ନାତସାହି ଫିଡରରେ ଆଜି ମଧ୍ୟାନ୍ନ ସାଢେ ୧୨ଟା ବେଳେ ୧୧କେଭି ବିଦୁ୍ୟତ ଖୁଂଟରେ କାମ କରୁଥିବା କର୍ମଚାରୀ ବିଦୁ୍ୟତ କରେଂଟ ଖାଇ ଗୁରୁତର ଆହତ ହୋଇଛନ୍ତି । ତ୍ରିଲୋଚନପୁର ବଡଜଳହରା ଗ୍ରାମର ବାବାଜୀ ସାହୁଙ୍କ ପୁଅ ଶିବ(୪୫) ୧୧ ବିଦୁ୍ୟତ କରେଂଟ କାଟି ୧୧କେଭି ଖୁଂଟରେ କାମ କରିବାକୁ ଚଢିଥିଲେ । ମାତ୍ର ସେଠାରୁ ଦୁଇଟି ମୋବାଇଲ ଟାୱାରକୁ ବିଦୁ୍ୟତ ସଂଯୋଗ ହୋଇଛି । ବିଦୁ୍ୟତ କାଟ ଥିବାରୁ ସେ ୧୧ କେଭି ଖୁଂଟରେ ଚଢି କାମ କରିବାକୁ ତାରରେ ହାତ ଦେବାରୁ ଟାୱାରର ରିଟର୍ଣ୍ଣ କରେଂଟ ତାକୁ ମାରିଥିଲା । ଫଳରେ ସେହି ଖୁଂଟରେ ହିଁ ସେ ଝୁଲି ରହିଥିଲେ । ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ତାଙ୍କୁ ନାଥସାହି ସରପଂଚ ସ୍ୱର୍ଣ୍ଣ ଲତା ପରିଡାଙ୍କ ସ୍ୱାମୀ ତୁଷାରକାନ୍ତ ଉଦ୍ଧାର କରି ଗରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିସôାଳୟରେ ଭର୍ତି କରିଥିଲେ । ସେ ଏବେ ସଙ୍କଟାପନ୍ନ ଅବସ୍ଥାରେ ଚିକିସôିତ ହେଉଛନ୍ତି ।