ଭୁବନେଶ୍ୱର – ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଭାରତରେ ଏହାର ନୂଆ ବିଳାସପୂର୍ଣ୍ଣ ସେଲଫ୍-ଚାର୍ଜିଂ ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଯାନ ଭେଲ୍ଲଫିରେର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି ।
ନୂଆ ଭେଲ୍ଲଫିରେ ଶକ୍ତିଶାଳୀ ଡ୍ରାଇଭିଂ ଅଭିଜ୍ଞାତ ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଏହା କମ୍ ଇନ୍ଧନରେ କାର୍ଯ୍ୟ କରିବାକୁ ସକ୍ଷମ । ଏହା କମ୍ କାର୍ବନ୍ ସୃଷ୍ଟି କରିବ । ଏହା ୪୦% ଦୂରତା ଏବଂ ୬୦% ସମୟ ବଂଚାଇବାକୁ ସକ୍ଷମ । ଏହା ଜିରୋ ଇମିସନ୍ରେ ଇଞ୍ଜିନ୍ ଅଫ୍ ମୋଡ୍ରେ ମଧ୍ୟ କାର୍ଯ୍ୟ କରିବାକୁ ସକ୍ଷମ ।
ଏଥିରେ ୨.୫ ଲିଟର ୪-ସିଲିଣ୍ଡର ଇଞ୍ଜିନ୍, ଗ୍ୟାସୋଲିନ୍ ହାଇବ୍ରିଡ୍ ଇଞ୍ଜିନ୍, ୮୬ କିଲୋୱାଟ୍(୧୧୫ ବିଏଚ୍ପି) ପାୱାର, ୧୯୮ ଏନ୍ଏମ୍ ଟର୍କ, ୨୮୦୦ରୁ ୪୦୦୦ ଆର୍ପିଏମ୍ ଆଦି ବୈଶିଷ୍ଟ୍ୟ ରହିଛି । ଏଥିରେ ୨ଟି ଇଲେକ୍ଟ୍ରିକ୍ ମୋଟର ଏବଂ ବ୍ୟାଟେରୀ ରହିଛି । ୭ ଏସ୍ଆର୍ଏସ୍ ଏୟାର ବ୍ୟାଗ୍, ଭିଡିଆଇଏମ୍, ଏଚଏସି, ଭିଏସ୍ସି ଆଦି ସରୁକ୍ଷିତ ବୈଶିଷ୍ଟ୍ୟ ରହିଛି ।
ଏହା ବର୍ଣ୍ଣିଂ ବ୍ଲାକ୍, ହ୍ୱାଇଟ୍ ପର୍ଲ, ଗ୍ରାଫାଇଟ୍ ଏବଂ ବ୍ଲାକ୍ ଆଦି ୪ଟି ଆକର୍ଷଣୀୟ ବାହ୍ୟ ରଙ୍ଗରେ ଉପଲବ୍ଧ ହେଉଛି । ଏହା ସହିତ ଫ୍ଳାକ୍ସନ୍ ଏବଂ ବ୍ଲାକ୍ ଆଦି ୨ଟି ଆଭ୍ୟନ୍ତରୀଣ ରଙ୍ଗରେ ଉପଲବ୍ଧ ହେଉଛି । ଏହା ଭାରତରେ କେରଳ ବ୍ୟାତିତ ଅନ୍ୟ ଅଂଚଳରେ ଉପଲବ୍ଧ ହେଉଥିବାବେଳେ ଏହାର ଏକ୍ସ-ଶୋରୁମ୍ ମୂଲ୍ୟ ୭୯,୫୦,୦୦୦ ଟଙ୍କା ରହିଛି । ଏହା ପ୍ରଥମ ୩ ମାସର ଶିପ୍ମେଂଟ୍ ବିକ୍ରି ହୋଇ ସାରିଛି । ଏହା ଲିଟର ପିଛା ୧୬.୩୫ କିମି ଦୂରତା ଅତିକ୍ରମ କରିବାକୁ ସକ୍ଷମ ।
ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର ଉପାଧ୍ୟକ୍ଷ ବିକ୍ରମ କିଲୋସ୍କକର କହିଲେ, “ସମ୍ପ୍ରତି ଭାରତୀୟ ଅଟୋମୋଟିଭ୍ ଶିଳ୍ପରେ ଗ୍ରାହକ ଅବିଜ୍ଞାତ ବୃଦ୍ଧି ପାଇଁ ବିଭିନ୍ନ ଜ୍ଞାନକୌଶଳର ନବୀକରଣ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଆମେ ଭାରତରରେ ଗ୍ରାହକଙ୍କ ଆବଶ୍ୟକତା ବୁଝି ଉପôାଦ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛୁ । ନୂଆ ଟୟୋଟା ଭେଲ୍ଫିରେ ମାଧ୍ୟମରେ ଟୟୋଟା ଗ୍ରାହକଙ୍କ ନିକଟରେ ନିଜର ଲୋକପ୍ରିୟତା ପୁଣି ଜାହିର୍ କରିବାକୁ ସକ୍ଷମ ହୋଇପାରିବ ।ଏହା ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିପାରିବ ତଥା ପରିବେଶ ଉପଯୋଗୀ ହୋଇପାରିବ ।
ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର ପରିଚାଳନା ନିଦେ୍ର୍ଧଶକ ମାସାକାଜୁ ୟୋଶିମୁରା କହିଲେ, ଟୟୋଟା ଭାରତରେ ଏହାର ନୂଆ ଯାତ୍ରା ଆରମ୍ଭ କରିଛି । ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ଆମେ ପୁଣି ଏକ ମାଇଲଖୁଂଟ ସ୍ଥାପନ କରିଛୁ । ଭେଲ୍ଲଫିରେ ଦ୍ୱାରା ଆମେ ଜିରୋ କାର୍ବନ ଡାଇଅକ୍ସାଇଡ୍ ସୃଷ୍ଟି ଚ୍ରାଲେଞ୍ଜ ଗ୍ରହଣ କରିବାକୁ ସକ୍ଷମ ହୋଇପାରିବୁ । ଟୟୋଟା ନିରନ୍ତର ଗ୍ରାହକଙ୍କ ଆବଶ୍ୟକତା ଓ ବିଶ୍ୱାସନୀୟତା ଜିଣି ପାରିଛି । ଟୟୋଟା ନବୀନତମ ଉପôାଦ ଧାରା ବଜାୟୀ ରଖିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ପ୍ରଦାନ କରୁଛି ।
ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର ବରିÂ ଉପସଭାପତି ନବୀନ ସୋନୀ କହିଲେ, ଟୟୋଟା ଙେଲ୍ଲଫିରେ ଅନନ୍ୟ ଗଠନଶୈଳୀର ତଥା ବିଳାସପୂର୍ଣ୍ଣ ଯାନର ଏକ ଉଚ୍ଚକୋଟୀର ଉପôାଦ ସାବ୍ୟସ୍ତ ହେବାର ଆଶା ରହିଛି । ଆମର ନୂଆ ଉପôାଦ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହୋଇପାରିବ । ଏଥିରେ ସେଲଫ୍ ଚାର୍ଜିର୍ଂ ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଟୟୋଟା ୨୦୫୦ର ଚ୍ୟାଲେଞ୍ଜ୍କୁ ଦୃଷ୍ଟରେ ରଖି ପରିବେଶ ଉପଯୋଗୀ ନିର୍ମାଣ କରିଛି । ଟୟୋଟା ନିଜର କ୍ୱାଲିଟି, ଡୁ୍ୟରାବିଲିଟି ଏବଂ ରିୟଲବିଲିଟି ଆଦି ଗୁଣକୁ ବଜାୟ ରଖି ଭେଲ୍ଲଫିରେର ନିର୍ମାଣ କରିଛି ।ଏଥିରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି ।