ଭୁବନେଶ୍ୱର -ରାଜ୍ୟରେ ଶିଳ୍ପ ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ସିଙ୍ଗିଲ୍ ୱିଣ୍ଡୋ କ ୁର୍ପକ୍ଷ ବୈଠକରେ ୨ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପ ପ୍ରସ୍ତାବ ଅନୁମୋଦିତ ହୋଇଛି । ଏହି ପ୍ରକଳ୍ପ ଗୁଡିକ ମାଧ୍ୟମରେ ରାଜ୍ୟରେ ଅଧିକ ୫୬୩.୬୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବାସହ ୧୨୭୩ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ରାଜ୍ୟ ଲୋକସେବା ଭବନଠାରେ ଅନୁÂିତ ଏହି ବୈଠକରେ ଶିଳ୍ପ ବିଭାଗ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ବିଷୟରେ ସବିଶେଷ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଆଜି ବୈଠକରେ ଗ୍ଲେନ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ କଂପାନୀର ୬୩.୬୦ କୋଟି ଟଙ୍କାର ନିବେଶ ପ୍ରକଳ୍ପ ଅନୁମୋଦିତ ହୋଇଥିଲା । ଏହି ନିବେଶରେ ପାରାଦ୍ୱୀପ ପ୍ଲାଷ୍ଟିକ୍ ପାର୍କରେ ପ୍ଲାଷ୍ଟିକ୍ ଫୁଡ୍ କେ ନର ଏବଂ ମଲ୍ଡୁଡେଡ୍ କାଗଜ ଦ୍ରବ୍ୟ ଉପôାଦନ ପ୍ଲା ପ୍ରତିÂା ହେବ ଏବଂ ୨୭୩ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଅନୁଗୁଳ ଆଲୁମୁନିଅମ୍ ପାର୍କରେ ଜିନ୍ଦଲ ଆଲୁମୁନିଅମ୍ କଂପାନୀଙ୍କ ତରଫରୁ ବାର୍ଷିକ ୭୫୦୦୦ ମାଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଆଲୁମୁନିଅମ୍ ଏrଟୃସନ କାରଖାନା ପ୍ରତିÂା ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଥିଲା । ଏଥିରେ ୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଏବଂ ୧୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଉଦ୍ୟୋଗୀ ମାନଙ୍କ ନିମନ୍ତେ ଯୋଗାଯୋଗ ପରି·ଳକ ମୁତୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଇପିକଲ୍ଙ୍କୁ ନିର୍ଦେଶ ଦେଇଥିଲେ । ପ୍ରକଳ୍ପ ଗୁଡିକର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକୀୟ ଅନୁମତି ଓ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରିତ ତଥା ସୁଗମ କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗ ମାନଙ୍କୁ ନିର୍ଦେଶ ଦେଇଥିଲେ । ୱେବ୍ ପୋର୍ଟାଲ୍ ମାଧ୍ୟମରେ ଶିଳ୍ପ ବିଭାଗରୁ ଯାଉଥିବା ବିଭିନ୍ନ ପୁଞ୍ଜି ନିବେଶ ପ୍ରକଳ୍ପ ସମ୍ବନ୍ଧିତ ଅନୁମୋଦନ ନି ର୍ାରିତ ସମୟସୀମା ମଧ୍ୟରେ ଅପ୍ଲୋର୍ଡ କରିବା ପାଇଁ ମଧ୍ୟ ବିଭାଗ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଆକଳନ କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ । ବିଭିନ୍ନ ପ୍ରକାର ଶିଳ୍ପ ପାଇଁ ଆବଶ୍ୟକ ଜମିର ଏକ ନି ିର୍ଷ୍ଟ ମାନକ ନି ର୍ାରଣ ପାଇଁ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଥିଲେ ।
ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଇଡ଼୍କୋର ମୁଖ୍ୟ ପରି·ଳନା ନିର୍ଦେଶକ ଶ୍ରୀ ସଂଜୟ କୁମାର ସିଂ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ପ୍ରଦୁ୍ୟଷଣ ବୋର୍ଡ ସଚିବ ସଦସ୍ୟ ଶ୍ରୀ ଦେବିଦ ବିଶ୍ୱାଳ ଏବଂ ଇପିକଲ୍ ପରି·ଳନା ନିର୍ଦେଶକ ଡ଼ଃ ନିତିନ୍ ଜାୱାଲେ ଙ୍କ ସମେତ ସଂପୃକ୍ତ ବିଭାଗର ବରିÂ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଇପିକଲ୍ ମୁଖ୍ୟ ପରି·ଳକ ଶ୍ରୀ କଲ୍ୟାଣ ମହାନ୍ତି ପ୍ରକଳ୍ପ ସମ୍ବନ୍ଧିତ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।