ବାଲେଶ୍ବର ଚାନ୍ଦିପୁରର 3ନମ୍ବର ଲଞ୍ଚ ପ୍ୟାଡରୁ ଅସ୍ତ୍ରର ସଫଳ ପରୀକ୍ଷଣ । ଆକାଶ ମାର୍ଗରେ ଅସ୍ତ୍ର ବଂଶୀକୁ ହିଟ କରିଛି ।
ବାଲେଶ୍ବର (ଗୋବିନ୍ଦ ରାଠୀ) : ଆଜି ପୁଣି ହେଲା ଅସ୍ତ୍ରର ପରୀକ୍ଷା । ପଶ୍ଚିମବଙ୍ଗ ପରେ ବାଲେଶ୍ବରରେ କ୍ଷେପଣାସ୍ତ୍ର ଅସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । କଲେଇକୁଣ୍ଡାରୁ ସୁଖୋଇ ଜେଟରୁ ଆକାଶ ମାର୍ଗକୁ ଛଡ଼ାଯାଇଛି ଅସ୍ତ୍ର । ବାଲେଶ୍ବର ଚାନ୍ଦିପୁରର 3ନମ୍ବର ଲଞ୍ଚ ପ୍ୟାଡରୁ ଏହି ପରିକ୍ଷଣ କରାଯାଇଥିଲା । ଆକାଶ ମାର୍ଗରେ ଅସ୍ତ୍ର ବଂଶୀକୁ ହିଟ କରିଛି । ଗତକାଲି ପଶ୍ଚିମବଙ୍ଗ ଏକ ଏୟାରବେସରୁ ଡିଆରଡିଓ ‘ଅସ୍ତ୍ର’ ମିଶାଇଲର ସଫଳ ପରୀକ୍ଷଣ ହୋଇଥିଲା । ଆକାଶରୁ ଆକାଶକୁ ନିକ୍ଷେପିତ କରାଯାଉଥିବା ଏହି କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୦ କିମି । ଏହାର ପରୀକ୍ଷଣ ପାଇଁ ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନ ବ୍ୟବହାର କରାଯାଇଥିଲା ।