ଭଦ୍ରକ-ଭଦ୍ରକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ସମ୍ପର୍କୀତ କାର୍ଯ୍ୟର ଅଗ୍ରଗତି ଉପରେ ଏକ ସମୀକ୍ଷା ବୈଠକ ଅନୁÂିତ ହୋଇ ଯାଇଛି । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ସୁଦର୍ଶନ ବାରିକ ଯୋଗ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା କମିଟି ସଦସ୍ୟ, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଳା ଶିକ୍ଷାଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ସାମାଜିକ କର୍ମୀ ଏସ୍.ଏମ. ଫାରୁକ, ଲଲାଟେନ୍ଦୁ ମହାନ୍ତି, ଚାଇଲ୍ଡ ଲାଇନର ସୋଫିଆ ସେଖ, ଜିଲ୍ଲା ମଙ୍ଗଳ ଅଧିକାରୀ, ଡି.ଏସ.ପି. ସୁରେଶ ଜେନା ପ୍ରମୁଖ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରାରମ୍ଭିକ ସୂଚନା ଦେଇ ଜିଳ୍ଲା ଶିଶୁ ସୁରକ୍ଷା କାର୍ଯ୍ୟକ୍ରମରେ ଅନୁÂାନିକ ସେବା, ଅଣ ଆନୁÂାନିକ ସେବା, ବିଜୁ ଶିଶୁ ସୁରକ୍ଷା ଯୋଜନା, ପୋଷ୍ୟ ସନ୍ତାନ ଗ୍ରହଣ ସେବା ଗୁଡିକର ଅଗ୍ରଗତି ବିଷୟରେ ବିବିରଣୀ ପ୍ରଦାନ କରିଥିଲେ । ସୋଫିଆ ସେଖ ଶିଶୁ ଶ୍ରମିକ ମୂଳୋପôାଟନ ଉପରେ ଆଲୋକପାତ କରିଥିଲେ । ଏଥିରେ ପୁଲିସ ଏବଂ ଶ୍ରମ ବିଭାଗର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ନିର୍ଦ୍ଧିଷ୍ଟ ଅନ୍ତରାଳରେ ସମସ୍ତ କାର୍ଯ୍ୟର ସମୀକ୍ଷା କରାଯିବା ସହିତ ଶିଶୁ ସୁରକ୍ଷା ସହ ଜଡ଼ିତ ସମସ୍ତ ବିଭାଗର ମାସିକ ବୈଠକ କରାଯାଇ ଶିଶୁ ସୁରକ୍ଷା ସମ୍ବନ୍ଧିତ ଅଗ୍ରଗତିର ଆଲୋଚନା କରାଯିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ରାଉତ ପଂଚାୟତ ସ୍ତରରୁ କିପରି ଶିଶୁ ସୁରକ୍ଷା କାର୍ଯ୍ୟକ୍ରମକୁ ଅôଧକ କ୍ରିୟାଶୀଳ କରାଯାଇ ପାରିବ ସେ ଦିଗରେ ପ୍ରତ୍ୟେକ ପଂଚାୟତ ସମିତିର ଅଧ୍ୟକ୍ଷମାନେ ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ । ଏଥିରେ ସରପଂଚମାନଙ୍କ ସହଯୋଗ ନେବାକୁ ମଧ୍ୟ କହିଥିଲେ । ବିଦ୍ୟାଳୟ ଯାଉଥିବା ପିଲାମାନଙ୍କର ସୁରକ୍ଷିତ ଯାତ୍ରା ଉପରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବିରଂଚି ନାରାୟଣ ଅଧିକାରୀ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ବିଶ୍ୱ ନାରାୟଣ ପଣ୍ଡା, ସ୍ୱାଗତିକା ବାରିକ, ସୁବ୍ରତ ଦାସ, ସୁଷମା ମହାନ୍ତି, ଧିରାଜ ବାରିକ, ମହେଶ ଚନ୍ଦ୍ର ଦାସ, ଦମୟନ୍ତୀ ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 25, 2024