ଭଦ୍ରକ- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଆଇନ – ୨୦୧୫ ଓ ଅନୁÂାନମାନଙ୍କରେ ଶିଶୁମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ ଏକ କର୍ମଶାଳା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁÂିତ ହୋଇ ଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରାଜଜ୍ ଶିଶିର କୁମାର ରଥ ଯୋଗ ଦେଇ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ, ବରିÂ ଦେୱାନୀ ବିଚାରପତି ଶୁଭଞ୍ଜନ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ପରିଡା, ଶିଶୁ ମଙ୍ଗଳ କମିଟିର ସଦସ୍ୟ ସତ୍ୟ ସୁନ୍ଦର ପୁହାଣ, ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧ୍ୟକ୍ଷ ଏସ୍.ଏମ୍. ଫାରୁକ, ଡି.ଏସ୍.ପି. ସୁରେଶ ଜେନାଙ୍କ ସମେତ ଶିଶୁମାନଙ୍କ ସହ ଜଡ଼ିତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଏସ୍ଡିପିଓ, ଥାନା ଅଧିକାରୀବୃନ୍ଦ, ସିଡିପିଓ, ସୁପରଭାଇଜର, ଶିଶୁ ଅନୁÂାନର ସମ୍ପାଦକ, ଅଧୀକ୍ଷକ, ପାରାଲିଗାଲ କର୍ମୀ, କିଶୋର ନ୍ୟାୟ ପରିଷଦ, ଚାଇଲ୍ଡ ଲାଇନ, ପେନାଲ ଆଇନଜୀବୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ବିଷୟ ବିଶାରଦ ଭାବେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଶିଶୁ ମଙ୍ଗଳ କମିଟି ସଦସ୍ୟ ତଥା ରୁଚିକା ସଂଗଠନର ନିଦେ୍ର୍ଧଶକ ବେଣୁଧର ସେନାପତି ଯୋଗ ଦେଇ ଶିଶୁମାନଙ୍କ ନିମନ୍ତେ ଥିବା ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଶିଶୁମାନଙ୍କ ସହ କାର୍ଯ୍ୟ କଲାବେଳେ ଆଇନର ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ ବୋଲି କହିଥିଲେ । ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପଣ୍ଡିତ ଏ ଦିଗରେ ପୁଲିସର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଭାରପ୍ରାପ୍ତ ଜିଲ୍ଳାପାଳ ଶ୍ରୀଯୁକ୍ତ ମିଶ୍ର ତାଙ୍କ ବକ୍ତବ୍ୟରେ ସମସ୍ତ ବିଭାଗୀୟ କର୍ମକର୍ତାଙ୍କ ସହଭାଗିତାରେ ଶିଶୁମାନଙ୍କ ପାଇଁ କାର୍ଯ୍ୟ କଲେ ଶିଶୁ ସୁରକ୍ଷା ଫଳପ୍ରଦ ହୋଇ ପାରିବ ବୋଲି କହିଥିଲେ । ଏହି କର୍ମଶାଳାରେ ଶିଶୁ ସୁରକ୍ଷା ୟୁନିଟର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସଙ୍କ ସହିତ ବିଶ୍ୱନାରାୟଣ ପଣ୍ଡା, ସୁଷମା ମହାନ୍ତି, ଧୀରଜ ବାରିକ, ମହେଶ ଚନ୍ଦ୍ର ଦାସ, ଦମୟନ୍ତୀ ଦାସ, ଚିନ୍ମୟ ପ୍ରଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ପ୍ରୋବେସନ ଅଧିକାରୀ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 25, 2024