
ଭଦ୍ର-ଭଦ୍ରକରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ପରିଚାଳନା ଓ ସୁରକ୍ଷା ନୀତି ଏବଂ ପଞ୍ଚାୟତ ରାଜ ପ୍ରତିନିଧିମାନଙ୍କୁ ନେଇ ଦୁଇଦିନିଆ କର୍ମଶାଳା ସଂସ୍କୃତି ଭବନ ପରିସରରେ ଅନୁÂିତ ହୋଇଯାଇଛି । ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରଗତି ଯୁବକ ସଂଘ ଓ ୱାଟରଏଡ଼୍ ମିଳିତ ଆନୁକୁଲ୍ୟରେ ଅନୁÂିତ ହୋଇଥିଲା । ୱାଟରଏଡ଼୍ ରାଜ୍ୟସଂଯୋଜକ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁÂିତ ଉଦ୍ଘାଟନୀ ଉସôବରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଉକ୍ତ କର୍ମଶାଳାରେ ଶିକ୍ଷାଅଧିକାର ଅଧିନୀୟମ ୨୦୦୯ ସମ୍ପର୍କରେ ବିଶେଷ ଭାବରେ ଆଲୋଚନା ଅନୁÂିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ପୋଗ୍ରାମ ଅଫିସର ବିସ୍ମିତା ଜେନାଙ୍କ ସଂଯୋଜନାରେ ରାଜ୍ୟ ଶିକ୍ଷାଅଧିକାର ମଂଚର ଆବାହକ ଅନିଲ୍ ପ୍ରଧାନ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଅମ୍ଳିନ ପଟ୍ଟନାୟକ, ସିଆରସିସି କିଶୋର ଚନ୍ଦ୍ର ସିଂ, ନାଲଗୁଣ୍ଡା ସରପଂଚ ମନୋଜ ଭଳ, ମତୋ ସରପଂଚ ମୁକ୍ତିକାନ୍ତ ସେଠୀ, ପ୍ରଗତି ଯୁବକ ସଂଘର ସଂପାଦକ ଦେବବ୍ରତ ଦାସ, ରାଷ୍ଟପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭାଷ୍କର ଚନ୍ଦ୍ର ପାଢୀ ଓ ଶିକ୍ଷକ ଦୈତାରୀ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଲୋଚନାରେ ମୁଖ୍ୟତଃ ଶିକ୍ଷା ଅଧିକାର ଅଧିନୀୟମ କାର୍ଯ୍ୟକାରିତା ଓ ବିଦ୍ୟାଳୟ ବିକାଶ ଯୋଜନା, ସ୍ୱଚ୍ଛ ବିଦ୍ୟାଳୟ ଏବଂ ବାଳିକ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଜଳ ପରିମଳ ପରିଚ୍ଛନ୍ନତା ଉପରେ ଆଲୋଚନା କରାଯାଇଥିଲା । ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ବିଦ୍ୟାଳୟ ସୁରକ୍ଷା ନୀତି ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟରେ କିପରି ଭାବରେ ଦିଆଯାଉଥିବା ସୁରକ୍ଷା ଯୋଜନା ପ୍ରସ୍ତୁତି ଓ ଏହାର କାର୍ଯ୍ୟକାରିତା ଉପରେ ବିଶେଷ ଆଲୋଚନା ହୋଇଥିଲା । ସେହିପରି ଦ୍ୱିତୀୟ ଦିବସରେ ବାଳିକା ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଜଳ ପରିମଳ ବ୍ୟବସ୍ଥା ଉପରେ ଦଳଗତ ଆଲୋଚନା ହୋଇଥିଲା । ଏଥିରେ ଜେଣ୍ଡର କୋଅଡ଼ିନେଟର ଇପ୍ସିତା ଜେନା, ଡ଼ାକ୍ତର ଆନ୍ନା ବାଷ୍ଟିନ୍, ଶିକ୍ଷକ ଅଭୟ ପ୍ରଧାନ, ଇଂ ରାମଚନ୍ଦ୍ର ପଣ୍ଡା, ୟୁନିସେପ୍ର ଜଳ ପରିମଳ ବିଶେଷଜ୍ଞ ଶ୍ରୀନିବାସ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରେ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱଚ୍ଛ ବିଦ୍ୟାଳୟ, ସୁରକ୍ଷିତ ଓ ଆଦର୍ଶ ବିଦ୍ୟାଳୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ନାଲଗୁଣ୍ଡାରୁ ଜିପି ହାଇସ୍କୁଲ, ନଦୀଗାଁ ଉଚ୍ଚବିଦ୍ୟାଳୟ ଓ ସାଆଁଳପୁର ୟୁପି ସ୍କୁଲର ଜଗଦୀଶ୍ ରାଉତ, ବିନୀ ରାଉତ, ପ୍ରୀତମ୍ ରାଉତ, ଶକ୍ତିଦତ୍ତଦାସ, ପ୍ରିୟ ଦର୍ଶନୀ ଦାସ, ଦୀପ୍ତିରେଖା ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀମାନେ ସେମାନଙ୍କ ମତ ପ୍ରକାଶ କରିଥିଲେ । ଉକ୍ତ ଆଲୋଚନାରେ ମମିତା ବଳ ସଂଯୋଜନା କରିଥିଲେ । ଉଦ୍ୟାପିନୀ ଉସôବରେ ଶିଶୁସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼କ୍ଟର ସୁଦର୍ଶନ ବାରିକ୍, ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଗତି ଯୁବକସଂଘ ପକ୍ଷରୁ ନିୟତୀ ସାହୁ, ଶୁଭଦର୍ଶନୀ ପଣ୍ଡା, ସିମିୟନ ବାରିକ, ନରେଶ ରାଉତ, ଦେବସ୍ମିତା ଦାସ, ନଗେନ ମିଶ୍ର, ସୀମାରାଣି ସାହୁ, କନକଲତା ଦାସ ପ୍ରମୁଖ ପରିଚାଳନା କରିଥିଲେ ।