
କେନ୍ଦ୍ରାପଡ଼ା – ବ୍ଲକ ସ୍ତରୀୟ ସମନ୍ୱୟ ଋଣ ମେଳା ବ୍ଲକ ସଭାଗୃହ ପରିସରରେ ଅନୁÂିତ ହୋଇଯାଇଛି । ବ୍ଲକ ସଂଯୋଜକ ଆଦିତ୍ୟ ଲେଙ୍କାଙ୍କ ସଭାପତତ୍ୱରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ନାବାର୍ଡ ଓ ଓଡିଶା ଜିବିକା ମିଶନ ଆନୁକୁଲ୍ୟରେ ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳ, ବିଡିଓ ସୁଧିର କୁମାର ସିଂ, ଡିପିଏମ ସତ୍ୟଭମା ପ୍ରଧାନ, ଲିଡ ବ୍ୟାଙ୍କ ଅଧିକାରୀ ସୁନିଲ ପୁରୋହିତ,ନାବାର୍ଡ ଅଧିକାରୀ ଆଶୋକ କୁମାର ଆଚାର୍ଯ୍ୟ, ଶସ୍ମିତା ରାଉତ, ନରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ୨୭ ଗୋଟି ପଞ୍ଚାୟତର ୧୦୬ଟି ମହିଳା ମଣ୍ଡକୁ ୨ କୋଟିରୁ ଉର୍ଦ୍ଧ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନର ଜାତୀୟ ବ୍ୟାଙ୍କର କର୍ମ·ରୀମାନେ ଉପସ୍ଥିତ ଥିଲେ ।