
କେନ୍ଦ୍ରାପଡ଼ା – କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହଙ୍କ ଓଡିଶା ଗ୍ରସ୍ତକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କରାଯାଇଛି । ଶୁକ୍ରବାର କଂଗ୍ରେସର ବରିÂ ନେତା ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଗୃହ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ । ଦେଶର ବିଭିନ୍ନ ରାଜ୍ୟରେ ଭୟର ବାତାବରଣ ଓ ସିଏଏ, ଏନଆରସି, ଏନପିଆରକୁ ବିରୋଧ କରି ହିଂସାକାଣ୍ଡ ଅବ୍ୟାହତ ଥିବାବେଳେ ଦିଲ୍ଲୀରେ ଦଙ୍ଗାରେ ନିରିହ ବ୍ୟାକ୍ତ ପ୍ରଣ ହରାଉଥିବା ଓ କୋଟୋକୋଟୋ ଟଙ୍କାର ସମ୍ପତି ନଷ୍ଟ ହୋଇଥିବାବେଳେ ଗୃହ ମନ୍ତ୍ରୀଙ୍କ ଓଡିଶା ଗ୍ରସ୍ତକୁ ନେଇ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଚିନ୍ମୟ ବେଉରାଙ୍କ ସହିତ ମହମ୍ମଦ ଆକବାର ଅଲ୍ଲୀ, ପ୍ରଫୁଲ୍ଲ ଦାଶ, ଫକିର ଚରଣ ଖଟୁଆ, ସଞ୍ଜୟ ରାୟତ, ହିବଜୁର ରହେନାନ, ମୁକତାର ଖାଁ, ମୀର ମୁରସିଦ୍,ଶରତ ବେଉରା, କମଳାକାନ୍ତ ବେହେରା. ସମ୍ବିତ ଶ୍ରୀ ଚନ୍ଦନ, ସୌମେନ୍ଦ୍ର ପୃଷ୍ଟି, ବିଭାଂଶୁ ଲେଙ୍କା ପ୍ରମୁଖ ଏହି ଆନେ୍ଦାଳନରେ ଭାଗ ନେଇଥିଲେ ।