
ବ୍ରହ୍ମପୁର: ନୂତନ ଭାବେ ନିଯୁକ୍ତି ପାଇଥିବା ଗଂଜାମ ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ବ୍ରହ୍ମପୁର ର ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଆଜି ବ୍ରହ୍ମପୁର ବାସଭବନ ରେ ମାନ୍ୟବର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ରାଜ୍ୟ ଓସ୍କାର୍ଡ ବ୍ୟାଙ୍କ ସଭାପତି ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଯୋଗେନ୍ଦ୍ର ସ୍ୱାଇଁ ଙ୍କ ନେତୃତ୍ୱରେ ନବନିର୍ବାଚିତ ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ଡ଼. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏଥିରେ ସାନଖେମୁଣ୍ଡି ବ୍ଲକ୍ ସଭାପତି ଶ୍ରୀ ଧୋବା ସ୍ୱାଇଁ ,BDA ଅଧକ୍ଷ ସୁବାସ ମହାରଣା ଏବଂ ସାନଖେମୁଣ୍ଡି ବ୍ଲକ୍ ଓ ଧରାକୋଟ ବ୍ଲକ୍ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ,ଜିଲ୍ଲା ପରିଷଦ ,ବ୍ଲକ୍ ଉପାଧ୍ୟକ୍ଷ, ଅଧ୍ୟକ୍ଷ ଙ୍କ ପ୍ରତିନିଧି ,ଯୁବ ସଭାପତି, ଛାତ୍ର ସଭାପତି ଓ ସମସ୍ତ ବିଜୁ ପ୍ରେମୀ ଭାଇ ଉପସ୍ଥିତ ଥିଲେ। ଦଳ ର ସଂଗଠନ କିପରି ମଜବୁତ ହେବ ସେହି କଥା ଉପରେ ଆଲୋଚନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।