ଭଞ୍ଜନଗର -ଭଞ୍ଜନଗର ବାଉଁଶଲୁଣ୍ଡି ଖଦାଳ ସାହି ରେ ପାରିବାରିକ କଳହ କୁନେଇ ବିନୟ ନାୟକ(୩୦) ଆତ୍ମହତ୍ୟା କରିଛନ୍ତି।ସୂଚନା ମୁତାବକ ବିନୟ ଚେନାଇ ରୁ ଗତ୨ଦିନ ତଳେ ଫେରିଥିବାବେଳେ ଗତକାଲି ରାତିରେ ପତ୍ନୀ ସହ କୌଣସି କାରଣରୁ ଅଶାନ୍ତି ସୃଷ୍ଟି ହୋଇଥିଲା।ଯାହା ଫଳରେ ପତ୍ନୀ ତାର ବାପା ଘରକୁ ଚାଲିଯାଇଥିଲେ ଏବଂ ବିନୟ ନିଜକୁ ଅସହାୟ ମନେ କରି ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିଲେ।ଆଜି ସକାଳେ ଡେରିପର୍ଯ୍ୟନ୍ତ କବାଟ ନଖୋଲିବାରୁ ଶ୍ୱଶୁର ଘର ଲୋକ ସନ୍ଦେହରେ ଘର କବାଟ ଭାଙ୍ଗି ବିନୟ ଆତ୍ମହତ୍ୟା କରିଥିବା ଦେଖିଥିଲେ ଏବଂ ପୋଲିସ କୁ ଖବର ଦେଇଥିଲେ।ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ତଦନ୍ତ ଆରମ୍ଭ କରିଛି।
Related Stories
November 23, 2024