ସୁନ୍ଦରଗଡ ଜିଲ୍ଲାର ଏକ ପ୍ରତିଷ୍ଠିତ ମହିଳା ମହାବିଦ୍ୟାଳୟ ପ୍ରିନସିପାଲ ଚନ୍ଦ୍ରମଣି ପଟେଲ,ଲେକଚର ସପନ କୁମାର ପଣ୍ଡା ଏବଂ ଏକାଉଣ୍ଟଟାଣ୍ଟ କେ ସି ପାଇକରାୟ ଙ୍କ ନାମ ରେ ମହିଳା କର୍ମଚାରୀ ଜଣକ ଏପରି ଗୁରୁତର ଅଭିଯୋଗ ସୁନ୍ଦରଗଡ ଏସ ପି କଂ ପାଖରେ ଅନଲାଇନ ଆଭିଯୋଗ କରିଛନ୍ତି।ମହିଳା କର୍ମଚାରୀ କଂ ଅଭିଯୋଗ ହେଉଛି ଯେ ସେ ରାଜଗାଙ୍ଗପୁର ଥାନା ଅଧୀନରେ ଥିବା କୁତ୍ରା ଥାନା ଅଂରର୍ଗତା ତେଲିଘନା ଗ୍ରାମର ବାସିନ୍ଦା ଅଟନ୍ତି। 2014 ରେ ସେ ଏହି କଲେଜରେ ପିଅନ ଭାବରେ ଯୋଗ ଦେଇଥିଲେ।ସେ ସମୟରେ ପରିଡା ସାର ପ୍ରିନସିପାଲ ଥିଲେ ଏବଂ କଲେଜ ଠିକ ଠାକ ମଧ୍ୟ ଚାଲୁଥିଲା କିନ୍ତୁ ଗତବର୍ଷ ପ୍ରିନସିପାଲ ଅବସର ନେବା ପରେ ଚନ୍ଦ୍ରମଣି ପଟେଲ ପ୍ରିନସିପାଲ ଦାଇତ୍ୱ ରେ ରହିଛନ୍ତି।ପ୍ରିନସିପାଲ ମହୋଦୟ ସବୁଦିନ କଲେଜ କୁ ମଦ୍ୟପାନ କରି କଲେଜ କୁ ଆସି କର୍ମଚାରୀ ଓ ଛାତ୍ରଛାତ୍ରୀ କୁ ନାନା ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ବିଭିନ୍ନ ପ୍ରକାର ର ଅସିଲ ଇଙ୍ଗିତ କରନ୍ତି।ଗତ ସପ୍ତାହରେ ପେଟେ ମଦ୍ୟ ପାନ କରି ବିଦ୍ୟାଳୟ କୁ ଆସିଥିଲେ ଠିକ ସେହି ସମୟରେ 3 ରୁ 4 ଟା ଜରି ଗୋଟାଳି ପିଲା କଲେଜରେ ପ୍ରବେଶ କରିଥିଲେ ସେମାନଙ୍କୁ ଦେଖି ମଦ୍ୟପ ପ୍ରିନସିପାଲ ଗୋଟିଏ ପିଲା କୁ ଧରି ଗୋଇଠା ବିଧା ମାରିଥିଲେ।ପରେ କଲେଜ କର୍ମଚାରୀ ମାନେ ଛଡ଼ାଇଥିଲେ।ଆକାଉଣ୍ଟାଣ୍ଟ କେ ସି ପାଇକରାୟ ଯେଉଁ ଦିନରୁ ଚଦ୍ରମଣି ପଟେଲ ପ୍ରିନସିପାଲ ହୋଇଛନ୍ତି ସେ ଦିନ ଠାରୁ ମହିଳା କର୍ମଚାରୀ କଂ ଉପରେ ଲୋଲୁପ ଦୃଷ୍ଟି ରଖି ପଛପଟୁ କୁଣ୍ଡାଇ ପକେଇ ଚୁମା ଚାଟି ମଧ୍ୟ କରନ୍ତି।କର୍ମଚାରୀ ଜନକ ଭୟଭୀତ ହୋଇ ପ୍ରିନସିପାଲ କୁ ଜଣାଇଲେ ମଧ୍ୟ ଓଲଟା ତାଙ୍କୁ ସହଯୋଗ କରିବାପାଇଁ କୁହନ୍ତି।ଲେକଚର ସପନ କୁମାର ପଣ୍ଡା ସେ ମଧ୍ୟ ବହୁବାର ଅସିଳ ଇଙ୍ଗିତ କରନ୍ତି।ଯେତେବେଳେ ସେ ଅସଫଳ ହୁଅନ୍ତି ସେତେବେଳେ ତମେ ଆଦିବାସୀ ହରିଜନ ମାନେ କିଛିଜାଣ ନାହିଁ କି ସହଯୋଗ କରନାହିଁ ବୋଲି କୁହନ୍ତି।
ତିନି ଜଣ ରାକ୍ଷସ କଂ ବାରମ୍ବାର ତାଙ୍କୁ ଏପରି ନିର୍ଯାତନା ଦେବାରୁ ଏବଂ ଜୀବନରୁ ମାରିଦେବାକୁ ଧମକ ଦେବାରୁ ଅନ୍ୟ ଉପାୟ ନପାଇ କର୍ମଚାରୀ ଜଣକ ବାଧ୍ୟ ହୋଇ ଗତ ଅଗଷ୍ଟ 4 ଦିନ ସୁନ୍ଦରଗଡ ଏସ ପି କଂ ପାଖରେ ଅନଲାଇନ ତିନି ଜଣଙ୍କ ନାମରେ ଅଭିଯୋଗ କରିଥିଲେ।ଏସ ପି ଏହି କେଶ ର ଦାଇତ୍ୟ କୁତ୍ରା ଥାନା ଅଧିକାରୀ କୁ ଦେଇଛନ୍ତି ହେଲେ ଥାନା ଅଧିକାରୀ କଲେଜ କୁ ଯାଇ ତଦନ୍ତ କରି ଫେରି ଆସିଛନ୍ତି।ଏଠାରେ ପ୍ରଶ୍ନ ଉଠେ ଯେ ପବିତ୍ର ଶିକ୍ଷା ଅନୁଷ୍ଠାନ ମହିଳା ମହାବିଦ୍ୟାଳୟରେ ଜଣେ ଆଦିବାସୀ କର୍ମଚାରୀକୁ କଲେଜ ର ମୁଖ୍ୟ ପ୍ରିନସିପାଲ,ଲେକଚର ଓ ଆକାଉଣ୍ଟାଣ୍ଟ ଖୁଲମଖୁଲା ମଦ୍ୟପାନ କରି ଯୌନ ନିର୍ଯାତନା କରିପାରୁଛନ୍ତି ହେଲେ ଏହି ମହାବିଦ୍ୟାଳୟରେ ବର୍ତ୍ତମାନ 1500 ରୁ ଉର୍ଦ୍ଧ୍ବ ଛାତ୍ରୀ ଅଧ୍ୟୟନ କରୁଛନ୍ତି ତାଙ୍କ ଉପରେ ଏହି ନର ରାକ୍ଷସ କଂ ଦୃଷ୍ଟି ପଡୁଥିବା ହେଲେ କିନ୍ତୁ ପୋଲିସ ପ୍ରଶାସନ ଏମାନଙ୍କ ବିରୋଧ ରେ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି ଏବଂ ସମୟ ଗଡାଉଛନ୍ତି।କାହିଁକି
Related Stories
November 22, 2024