ଭୁବନେଶ୍ୱର – ରାଜ୍ୟଗୋÂୀ ସଂସଦୀୟ ସଂଘର ରାଜସ୍ଥାନ ଶାଖା ତତ୍ୱାବଧାନରେ ଚଳିତ ମାସ ୨୯ ତାରିଖ ଦିନ ରାଜସ୍ଥାନ ବିଧାନସଭାରେ “ସମ୍ବିଧାନର ଦଶମ ଅନୁସୂଚୀ ଅନ୍ତର୍ଗତ ବାଚସ୍ପତିଙ୍କ ଭୂମିକା’ ଶୀର୍ଷକ ଏକଦିବସୀୟ ଆଲୋଚନା ଚକ୍ର ଅନୁÂିତ ହେଉଛି । ଏଥିରେ ଯୋଗଦେବା ପାଇଁ ଓଡ଼ିଶାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତାକାଲି ରାଜସ୍ଥାନର ରାଜଧାନୀ ଜୟପୁର ଯାତ୍ରା କରିବେ । ସେ ସେଠାରେ ରାଜସ୍ଥାନ ବିଧାନସଭାର ସଦସ୍ୟସଦସ୍ୟାମାନଙ୍କୁ ସମ୍ବୋଧିତ କରି ସମ୍ବିଧାନର ଦଶମ ଅନୁସୂଚୀରେ
ବାଚସ୍ପତିଙ୍କ ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବେ ।