ନୂଆଦିଲ୍ଲୀ – ଉତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଛି । କିଛି ଦିନ ତଳେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଅଙ୍କିତଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ଓ ହୁସେନଙ୍କ ଘର ମଧ୍ୟରେ ଦୂରତା ଅଳ୍ପ । ଏପରିକି ହୁସେନଙ୍କ ଘର ଉପରୁ ବୋମା, ପଥର ଫିଙ୍ଗାଯାଉଥିବାର ଭିଡିଓ ଫୁଟେଜ ରହିଛି । ତେଣୁ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ପଛରେ ଏହି ହୁସେନଙ୍କ ଘର ଛାତ ଉପରେ ଥିବା ହିଂସାକାରୀ ରହିଥାଇପାରନ୍ତି ବୋଲି ସନେ୍ଦହ କରାଯାଉଛି ।
ଅନ୍ୟପକ୍ଷରେ ନିଜକୁ ନିଦେ୍ର୍ଧାଷ ବୋଲି କହିଛନ୍ତି ହୁସେନ୍ । ହିଂସା ବେଳେ ନିଜେ ଘରେ ନଥିଲେ । ହିଂସା ପୂର୍ବରୁ ପୁଲିସ ତାଙ୍କୁ ଘରୁ ବାହାର କରି ଦେଇଥିଲା । ମୋର ଘର ଉପରୁ କିଏ ବୋମା ଫିଙ୍ଗୁଥିଲା ଜଣାନାହିଁ ବୋଲି ସେ କହିଛନ୍ତି ।
ଅପରପକ୍ଷରେ ଏହି ମାମଲାରେ ନିରପେକ୍ଷ ତଦନ୍ତ କରିବାକୁ ଆମ ଆଦମୀ ପାର୍ଟି ଦାବି କରିଛି ।