
-
କରୋନା ଭାଇରସ୍ ଆତଙ୍କ
ନୂଆଦିଲ୍ଲୀ- ୧୧୯ ଜଣ ଭାରତୀୟ ନାଗରିକ ଓ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫି୍ରକା ଓ ପେରୁରୁ ଜଣେ ଜଣେ କରି ଏହି ପରି ମୋଟ ୧୨୪ ଜଣଙ୍କୁ ଭାରତୀୟ ବିମାନ ଏୟାର ଇଣ୍ଡିଆ ଜାପାନରୁ ଉଦ୍ଧାର କରିଛି । କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସେମାନଙ୍କୁ ଜାପାନର ୟାକୋହାମ୍ମାଠାରେ ଡାଇମଣ୍ଡ ପି୍ରନସେନ୍ସ ନାମକ ଯାତ୍ରୀବାହୀ ଜାହାଜରେ ଅଟକ ରଖାଯାଇଥିଲା । ଏହା ବ୍ୟତୀତ କରୋନା ସଂକ୍ରମଣର ଉଦ୍ରେକ ସ୍ଥଳୀ କୁହାଯାଉଥିବା ଚୀନର ଉହାନରୁ ମଧ୍ୟ ଭାରତୀୟ ବାୟୁସେନାର ଏକ ବିମାନ ୧୧୨ ଜଣଙ୍କୁ ଉଦ୍ଧାର କରିଛି । ଏଥିରେ ୭୬ ଜଣ ଭାରତୀୟ ନାଗରିକ ବାଂଲାଦେଶ, ମିଆଁମାର, ମାଲଦ୍ୱୀପ, ଚୀନ, ଦକ୍ଷିଣ ଆଫି୍ରକା, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ମାଡାଗାସ୍କରର ୩୬ ଜଣ ଅନ୍ତର୍ଭୁକ୍ତ । ଏମାନେ ଆଜି ଭାରତରେ ପହଂଚିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।
ଜାପାନରୁ ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ମନସେର ସେନା ଶିବିର ଓ ଉହାନରୁ ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ଛାୱଲାଠାରେ ଥିବା ଆଇଟିବିପି ସେବା କେନ୍ଦ୍ରରେ ପ୍ରଥମେ ରଖାଯିବ ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି । ଡାଇମଣ୍ଡ ପି୍ରନସେନ୍ସ ଜଳ ଜାହାଜରେ ଥିବା ୧୩୮ ଜଣ ଭାରତୀୟ ନାଗରିକମାନଙ୍କ ମଧ୍ୟରୁ ୧୨୨ଜଣଙ୍କୁ ପରୀକ୍ଷା କରାଯାଇ ୧୧୯ ଜଣଙ୍କ ଠାରେ ଭୂତାଣୁ ନେଗେଟିଭ ବାହାରିଥିଲା । ସେମାନଙ୍କୁ ଭାରତକୁ ଅଣାଯାଇଥିବା ବେଳେ ୩ ଜଣ ଭାରତୀୟ ନାଗରିକ ଫେରିବାକୁ ମନା କରିଦେଇଥିଲେ । ବାକି ୧୬ ଜଣଙ୍କୁ ଜାପାନର ହସ୍ପିଟାଲରେ ଅଲଗା ରଖାଯାଇ ଚିକିତ୍ସା କରାଯାଉଛି । ଚୀନର ଲୋକମାନଙ୍କର ଏପରି ଦୁଃସ୍ଥିତିକୁ ଉପଲବ୍ଧି କରି ଭାରତ ସରକାର ଉହାନକୁ ୧୫ଟନ ମେଡିକାଲ ରିଲିଫ ପଠାଇଛନ୍ତି ।
ଆମର ସୈନ୍ୟବାହିନୀ, ଆମର ଡାକ୍ତର, ଏୟାର ଇଣ୍ଡିଆ, ଚୀନ ଓ ଜାପାନରେ ଥିବା ଆମର ଦୂତାବାସ ଏବଂ ଅନେକ ଅଜଣା ବ୍ୟକ୍ତି ଯେଉଁମାନେ କି ଏ ଦିଗରେ ସହାୟତା ହାତ ବଢ଼ାଇଛନ୍ତି, ସେମାନଙ୍କୁ ମୁଁ ହୃଦୟର ଗଭୀର କୃତଜ୍ଞତା ଜଣାଉଛି ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି । ଭାରତ ଓ ଭାରତୀୟ ମାନଙ୍କୁ ସମସ୍ତେ ପ୍ରାଥମିକତା ଦେଇଛନ୍ତି । ପ୍ରତ୍ୟେକ ଏ ଦିଗରେ ଉତ୍ସର୍ଗୀକୃତ ଓ ସମନ୍ୱିତ ପଦକ୍ଷେପ ଗ୍ରହଣ କରିଥିବା ସମସ୍ତ ସଂସ୍ଥାକୁ ସେ ପ୍ରଣାମ ଜଣାଇଛନ୍ତି । ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ବସୁଧୈବ କୁଟୁମ୍ବକମ୍ ନିଦେ୍ର୍ଧଶନ ସ୍ୱରୂପ ଭାରତ ଅନ୍ୟାନ୍ୟ ଦେଶର ନାଗରିକମାନଙ୍କୁ ନିଜ ଦେଶର ନାଗରିକଙ୍କ ସହ ଜାପାନ ଓ ଉହାନରୁ ଉଦ୍ଧାର କରିଛି ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଶ୍ୱବ୍ୟାପୀ କରୋନା ଭୂତାଣୁର ବ୍ୟାପକତା ଦୃଷ୍ଟିରୁ ପୂର୍ବରୁ ଦିଆଯାଇଥିବା ଉପଦେଶ ଭଳି ଭାରତୀୟମାନଙ୍କୁ ନିହାତି ଦରକାର ନଥିଲେ ସିଙ୍ଗାପୁର, କୋରିଆ ସାଧାରଣତନ୍ତ୍ର ଓ ଇଟାଲୀକୁ ନଯିବା ପାଇଁ ଅତିରିକ୍ତ ନିୟମାବଳୀ ଜାରି କରାଯାଇଛି । ଏହାଛଡା ୧୦ ଫେବୃଆରୀ ପରେ ବିଭିନ୍ନ ସ୍ଥାନରେ ଭ୍ରମଣରେ ଯାଇ କୋରିଆ ସାଧାରଣତନ୍ତ୍ର, ଇରାନ ଓ ଇଟାଲୀରୁ ଭାରତକୁ ଆସୁଥିବା ବ୍ୟକ୍ତିମାନଙ୍କୁ ୧୪ ଦିନ ପାଇଁ ସମସ୍ତଙ୍କଠାରୁ ଅଲଗା ରଖିବାକୁ ନିଦେ୍ର୍ଧଶ ଦିଆଯାଇଥିବା ସେ କହିଛନ୍ତି ।
ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଓ ତାଠାରୁ ଉପରିସ୍ଥ ଅଧିକାରମାନେ ବିଭିନ୍ନ ରାଜ୍ୟ ଗସ୍ତକରି କରୋନା ଭୂତାଣୁ ସଂକ୍ରମଣ ନେଇ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ବୁଝୁଛନ୍ତି । ଆବଶ୍ୟକ ହେଲେ ଏହି ଗସ୍ତ ଦ୍ୱାରା ସମ୍ପୃକ୍ତ ରାଜ୍ୟଗୁଡିକ ସେମାନଙ୍କର ସମ୍ଭାବ୍ୟ ଆବଶ୍ୟକତା ସମ୍ପର୍କରେ ଜଣାଇବା ସହ ରାଜ୍ୟର ଯାଂଚ ସଂସ୍ଥାଗୁଡିକ ମଧ୍ୟ ମଜବୁତ ହେବେ । ଆସନ୍ତା ମାସ ୨ ତାରିଖ ସୁଦ୍ଧା ଏକ ସୂଚୀ ପୂରଣ କରି ରିପୋର୍ଟ ଦେବା ପାଇଁ ସେମାନଙ୍କୁ କୁହାଯାଇଛି ।
ଏ ପର୍ଯ୍ୟନ୍ତ ୪୭୮୭ଟି ବିମାନର ୪,୮୨,୯୨୭ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ୨୧ଟି ବିମାନ ବନ୍ଦର, ୧୨ଟି ପ୍ରମୁଖ ଜଳଜାହାଜ ବନ୍ଦର, ୬୫ଟି କ୍ଷୁଦ୍ର ଜଳ ବନ୍ଦର ଏବଂ ନେପାଳ ସୀମାକୁ ଲାଗିଥିବା ଅଂଚଳ ଗୁଡିକରେ ନିୟମିତ ଯାଂଚ କରାଯାଉଛି । ଆଇଡିଏସପି ନେଟୱର୍କ ଜରିଆରେ ଯାତ୍ରୀମାନଙ୍କ ଗୋÂୀ ସ୍ୱାସ୍ଥ୍ୟ ସେବା ଯାଂଚ କରାଯାଉଛି । ଆଇଡିଏସପି ଜରିଆରେ ବର୍ତମାନ ୨୩,୫୩୧ ଜଣ ଯାତ୍ରୀଙ୍କୁ ଗୋÂୀ ସେବା ଯାଂଚ ଅଧିନରେ ରଖାଯାଇଛି ।
ପରୀକ୍ଷା ପାଇଁ ପଠାଯାଇଥିବା ୨୮୩୬ଟି ନମୂନା ମଧ୍ୟରୁ ୨୮୩୦ଟି ନମୂନା ନେଭେଟିଭ ହୋଇଥିବା ବେଳେ କେରଳରେ କେବଳ ୩ଟି ନମୂନା ପଜିଟିଭ ବାହାରିଥିଲା । ତେବେ ସେମାନେ ସମସ୍ତ ଆରୋଗ୍ୟ ହୋଇ ହସ୍ପିଟାଲରୁ ଛୁଟି ପାରିସାରିଛନ୍ତି । ୩ ଜଣଙ୍କର ନମୂନା ପରୀକ୍ଷା ଚାଲିଛି । ମନସେର ଓ ଛାୱଲାରେ ଅଲଗା ଭାବେ ରଖାଯାଇଥିବା ୬୪୫ ଜଣ ଉଦ୍ଧାର ପାଇଥିବା ବ୍ୟକ୍ତିଙ୍କୁ ଫେବୃଆରୀ ୧୮ ତାରିଖ ଦିନ ଡିସଚାର୍ଜ କରାଯାଇଛି ।