ଭୁବନେଶ୍ୱର – ରାଜ୍ୟର ବି.ଏଡ଼୍. ଓ ଏମ୍.ଏଡ଼୍ ଶିକ୍ଷାନୁÂାନଗୁଡ଼ିକ ଶିକ୍ଷକ ଓ ଭିତିଭୂମି ଅଭାବରୁ ବନ୍ଦ ହେବା, ବ୍ଲକଗ୍ରାଂଟ ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶ୍ରଣ କରିବା, ଶିକ୍ଷକ ଏବଂ ଅଧ୍ୟାପକମାନଙ୍କୁ ଗଣତାନ୍ତ୍ରିକ ଆନେ୍ଦାଳନରେ ଯୋଗଦାନ ଉପରେ ସରକାର କଟକଣା ଲଗାଇବା ବିରୁଦ୍ଧରେ ଏଆଇଡ଼ିଏସ୍ଓ ପକ୍ଷରୁ ଗୁରୁବାର ରାଜ୍ୟସ୍ତରୀୟ ପ୍ରତିବାଦ ଦିବସ ପାଳିତ କରାଯାଇଛି ।
ସଂଗଠନର ରାଜ୍ୟ ସଭାପତି ଗଣେଶ ତି୍ରପାଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ସଭାପତି ନସିମ ସରକାର, ସମ୍ପାଦିକା ସ୍ୱସ୍ତି ସଙ୍ଗୀତା ଦଳାଇ, ଉପସଭାନେତ୍ରୀ ସପ୍ତର୍ସିନୀ ରାଉଳ ପ୍ରମୁଖ ଶିକ୍ଷାମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ସରକାର ଅବିଳମ୍ବେ ଏହି ସମସ୍ତ ଅତ୍ୟନ୍ତ ଅଗଣତାନ୍ତ୍ରିକ ଏବଂ ଶିକ୍ଷା ସ୍ୱାର୍ଥବିରୋଧୀ ନିଷ୍ପତି ଗୁଡ଼ିକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଦୁର୍ବାର ଛାତ୍ର ଆନେ୍ଦାଳନ ସଂଗଠିତ କରାଯିବ ବୋଲି ଏଆଇଡ଼ିଏସ୍ଓ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ।