-
ଯୌବନ ହେଉଛି ଈଶ୍ୱରଙ୍କର ଏକ ଅମୂଲ୍ୟ ଉପହାର: ରାଜ୍ୟପାଳ
ଭୁବନେଶ୍ୱର – ଯୌବନ ହେଉଛି ଈଶ୍ୱରଙ୍କର ପୃଥିବୀକୁ ଏକ ଅମୂଲ୍ୟ ଉପହାର । ଲୋକ କଲ୍ୟାଣ ନିମନ୍ତେ ଏହାର ଉପଯୋଗ ହେବା ଦରକାର । ଏଥି ନିମନ୍ତେ ଆବଶ୍ୟକ ଅନୁକୂଳ ପରିବେଶ ନିର୍ମାଣ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।
ଗୁରୁବାର ରାଜଭବନରେ ନେହେରୁ ଯୁବକେନ୍ଦ୍ର ସଂଗଠନ, ଓଡ଼ିଶା ପକ୍ଷରୁ ଆୟୋଜିତ “ଏକ ଭାରତ ଶ୍ରେÂ ଭାରତ” କାର୍ଯ୍ୟକ୍ରମ ଅନ୍ତର୍ଗତ ଆନ୍ତଃରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଶା ଭ୍ରମଣରେ ଥିବା ମହାରାଷ୍ଟ୍ରର ୫୦ ଜଣ ଓ ଓଡ଼ିଶାର ୫୦ ଜଣ ଯୁବକଯୁବତୀଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଭାରତର ଆଦର୍ଶ ହେଉଛି ଜଗତ କଲ୍ୟାଣ । ଏହା ମଣିଷ ମଣିଷ ମଧ୍ୟରେ ପାର୍ଥକ୍ୟ ଦେଖେ ନାହିଁ । ପ୍ରତ୍ୟକ ବ୍ୟକ୍ତି ଈଶ୍ୱରଙ୍କ ଅଂଶବିଶେଷ ଏବଂ ଏକ ଓ ଅଭିନ୍ନ ବୋଲି ଭାରତ ଉଦ୍ଘୋଷଣା କରି ଆସିଛି । ଭାରତ ହିଁ ଆଗାମୀ ସମୟରେ ବିଶ୍ୱଗୁରୁର ଭୂମିକା ନିର୍ବାହ କରିବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ ।
ନେହେରୁ ଯୁବ କେନ୍ଦ୍ର ସଂଗଠନର ରାଜ୍ୟ ନିଦେ୍ର୍ଧଶକ ଜୟପ୍ରକାଶ ଶର୍ମା ଏହି କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଉପସ୍ଥିତ ଥିଲେ ।