ନୂଆଦିଲ୍ଲୀ- କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି । ଏ ସମ୍ପର୍କରେ ସୂଚନା ଦେଉଛନ୍ତି ନିଜେ ଶ୍ରୀ ସିଦ୍ଧୁ ।
ସେ କହିଛନ୍ତି ଯେ ଦିଲ୍ଲୀରେ ପାର୍ଟି ହାଇକମାଣ୍ଡ ଦ୍ୱାରା ତାଙ୍କୁ ଦିଲ୍ଲୀ ଆସିବାକୁ କୁହା ଯାଇଥିଲା । ସେ ଅନୁସାରେ ସେ ଦିଲ୍ଲୀ ଆସିଥିଲେ । ଏହା ପରେ ତାଙ୍କର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସାକ୍ଷାତ ହୋଇଥିଲା । ସେ ପଂଜାବର ସ୍ଥିତି ସମ୍ପର୍କରେ ତାଙ୍କୁ ଅବଗତ କରିଥିଲେ ଓ ଆଗାମୀ ଦିନର ରୋଡମ୍ୟାପ ସମ୍ପର୍କରେ ସୂଚନା ଦେଇଥିଲେ ବୋଲି କହିଛନ୍ତି ।