କେନ୍ଦୁଝର- କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ର ତଳ କୁସୁମିତା ସରକାରୀ ଉଚ୍ଚ ବିଦ୍ୟାଳୟର ୯ ଜଣ ଅନ୍ତେବାସିନୀ ଗତକାଲି ରାତିରେ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ । ବାରମ୍ବାର ଝାଡ଼ାବାନ୍ତି ଯୋଗୁଁ ସେମାନଙ୍କୁ ତୁରନ୍ତ ନିକଟସ୍ଥ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ହେଲେ ପରବର୍ତି ସମୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଦଶମ ଶ୍ରେଣୀର ଛାତ୍ରୀ ରହିଛନ୍ତି ।
ଅନ୍ୟପକ୍ଷରେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେମାନଙ୍କୁ ହଷ୍ଟେଲକୁ ପଠାଇ ଦିଆଯାଇଛି । ଏହି ସ୍କୁଲର ହଷ୍ଟେଲରେ ମୋଟ୍ ୩୮୫ ଜଣ ଛାତ୍ରୀ ରହିଛନ୍ତି ।