ନୂଆଦିଲ୍ଲୀ- ମ୍ୟାମାଁରର ରାଷ୍ଟ୍ରପତି ୟୁ ବିନ ମିଂଟ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିବେ ।
ଆଜି ରାଷ୍ଟ୍ରପତି ଭବନ ଠାରେ ତାଙ୍କୁ ରାଜକୀୟ ସ୍ୱାଗତ କରା ଯିବ । ଏହା ପରେ ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପାଂଜଳି ପ୍ରଦାନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାଇଦ୍ରାବାଦ ହାଉସରେ କଥାବାର୍ତା ହେବ । ସେଠାରେ କିଛି ଚୁକ୍ତିରେ ସ୍ୱାକ୍ଷର କରା ଯିବ । ସଂଧ୍ୟାରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ।
ଉଲ୍ଲେଖନୀୟ ଯେ ମ୍ୟାମାଁରର ରାଷ୍ଟ୍ରପତି ୟୁ ବିନ ମିଂଟ ଚାରି ଦିନିଆ ଭାରତ ଗସ୍ତରେ ବୁଧବାର ଦିନ ନୂଆଦିଲ୍ଲୀ ପହଂଚି ଥିଲେ । ଖାଦ୍ୟ ଓ ପ୍ରସଂସ୍କରଣ ମନ୍ତ୍ରୀ ରାମେଶ୍ୱର ତେଲୀ ତାଙ୍କୁ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ । ସେ ବୁଧବାର ସଂଧ୍ୟା ବେଳେ ଅ କ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି ।
ସେହିପରି ଶୁକ୍ରବାର ଦିନ ରାଷ୍ଟ୍ରପତି ୟୁ ବିନ ମିଂଟ ବିହାରର ବୋଧ ଗୟା ଯିବେ ଓ ସେଠାରେ ମହାବୋଧି ମନ୍ଦିରରେ ଦର୍ଶନ ଓ ପୂଜାର୍ଚନା କରିବେ । ସେ ମହାବୋଧି ମନ୍ଦିରରେ ଭଗବାନ ବୁଦ୍ଧଙ୍କ ଏକ ମୂର୍ତି ମଧ୍ୟ ଭେଟି ଦେବେ । ଶନିବାନ ଦିନ ସେ ଉତର ପ୍ରଦେଶର ଆଗରା ଯାଇ ତାଜମହଲ ଦେଖିବେ । ଏହା ପରେ ସେ ସ୍ୱଦେଶ ଫେରି ଯିବେ ।