ଭୁବନେଶ୍ୱର। କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲାଂଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ମାନଙ୍କ ଦ୍ୱାରା ଧରା ପଡିଛନ୍ତି । ପ୍ରମାଣ ପତ୍ର ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭିଜିଲାନ୍ସ ଧରିଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ଏହି ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହେଲେ କଟକ ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁର ରଙ୍ଗଣି ସାହି ପ୍ରାଥମିକ ବିଦ୍ୟାଳୟର ରଶ୍ମୀପ୍ରଭା ଶତପଥୀ। ସେ ଜନ୍ମ ପ୍ରମାଣ ପତ୍ର ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରିଥିଲେ । ଏହା ପରେ ଭିଜିଲାନ୍ସ ପକ୍ଷରୁ ରଶ୍ମୀପ୍ରଭାଙ୍କ ବାଙ୍କୀ ସ୍ଥିତ ବାସଭବନରେ ଚଢାଉ କରାଯାଉଥିବା ଜଣା ପଡିଛି ।