ଭୁବନେଶ୍ୱର – ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଏବେ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ । ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।
ଉଲ୍ଲେଖନୀୟ ଯେ ୨୦୧୫ରେ ଖଲ୍ଲିକୋଟ, କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା । କିନ୍ତୁ ଆଖିଦୃଶିଆଅ ସଫଳତା ନ ପାଇବାରୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରତ୍ୟାହାର କରଯାଇଥିବା ଜଣା ପଡିଛି । ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୫ଟି କଲେଜ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଅଧୀନରେ ରହିବ।
ଅନ୍ୟପକ୍ଷରେ ଯେଉଁ ଛାତ୍ରଛାତ୍ରୀମାନେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଅଧୀନରେ ପଞ୍ଜୀକରଣ କରିଛନ୍ତି ସେମାନେ କଲେଜ ଶିକ୍ଷା ଶେଷ ପର୍ଯ୍ୟନ୍ତ ଏହା ଅଧୀନରେ ରହିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।