ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ନିଶାଗ୍ରସ୍ତ ସ୍ବାମୀ ସ୍ତ୍ରୀ ସହ ଝଗଡା କରି ପିଟିପିଟି ହତ୍ୟା କଲା । ଅଭିଯୁକ୍ତ ସ୍ବାମୀକୁ ପୋଲିସ ଅଟକ ରଖିଛି ।
ବାଲେଶ୍ବର, (ଗୋବିନ୍ଦ ରାଠୀ) : ନିଶା ମଣିଷକୁ ଛାରଖାର କରିଦିଏ । କେତେବେଳେ ଯେ କେଉଁ କାଣ୍ଡ ଭିଆଇଦିଏ ଖୋଦ ନିଶାଗ୍ରସ୍ତ ବ୍ୟକ୍ତି ଜାଣିପାରେ ନାହିଁ । ମଦ ନିଶା ଯୋଗୁଁ ସ୍ବାମୀ ସାଜିଲା ହତ୍ୟାକାରୀ । ସାମାନ୍ୟ ବଚସାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅଞ୍ଚଳରେ ।
ସାଆନ୍ତା ଛକ ତେନ୍ତୁଳିଆ ଗାଁର ଭରତ ସିଂ ମଙ୍ଗଳବାର ରାତିରେ ପ୍ରଚୁର ମଦପିଇ ଘରକୁ ଫେରିଥିଲା । କୌଣସି କାରଣରୁ ଭରତ ଓ ତାଙ୍କ ସ୍ତ୍ରୀ ବାସନ୍ତୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ଝଗଡାଟି ହତ୍ୟାର ରୂପ ନେଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଭରତ ବାସନ୍ତୀଙ୍କୁ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଖନ୍ତାପଡ଼ା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିବାବେଳେ ଭରତଙ୍କୁ ଅଟକ ରଖିଥିବା ଜଣାପଡିଛି । ସେପଟେ ଘଟଣା ପଛର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।