ଭୁବନେଶ୍ୱର – ଗ୍ରୁପ୍ -୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆରର ଆବଶ୍ୟକତା ନାହିଁ । ଉପରିସ୍ଥ ଅଧିକାରୀ ସୁପାରିଶ କରିଦେଲେ ପଦୋନ୍ନତି ହୋଇଯିବ ବୋଲି ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି ।
ଗୁରୁବାର ଠାରୁ ପ୍ରୋମସନ୍ ଅଦାଲତର ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହୋଇଛି । ୨୦୦୦ ହଜାରରୁ ଉର୍ଦ୍ଧ୍ୱ ଆବେଦନର ଶୁଣାଣି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଦିନ ଶୁଣାଣିରେ ୧୦୦ ଜଣ ସରକାରୀ କର୍ମଚାରୀ ବ୍ୟକ୍ତିଗତ ଭାବରେ ଉପସ୍ଥିତ ଥିଲେ । ସେମାନଙ୍କ ମାମଲା ସହିତ ଅନ୍ୟ ୧୦୦ଟି ମାମଲା ମଧ୍ୟ ଶୁଣାଣି ହୋଇଥିଲା ।
ଅନ୍ୟପକ୍ଷରେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସିସିଆର ର ଆବଶ୍ୟକ ନଥିବାରୁ ,କେବଳ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ସୁପାରିଶରେ ତାଙ୍କୁ ପଦନ୍ନୋତି ଦିଆଯିବାକୁ ଧାର୍ଯ୍ୟ ହୋଇଛି ।
ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ଯୋଜନା ଓ ସଂଯୋଜନା ବିଭାଗର ଶୁଣାଣୀ ହୋଇଛି । ଶନିବାର ଦିନ ଜଙ୍ଗଲ ଓ ପରିବେଶ ,ଇସ୍ପାତ ଓ ଖଣି ,ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପଦନ୍ନୋତି ସମ୍ବନ୍ଧୀୟ ମାମଲାର ଶୁଣାଣି ହେବ ।