ଭୁବନେଶ୍ୱର – ନୂତନ ଜ୍ଞାନ କୌଶଳ ପର୍ଯ୍ୟବେସିତ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆସନ୍ତା ୨୯ ତାରିଖରେ ଭୁବନେଶ୍ୱରରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଶୁଭାରମ୍ଭ ହେବ ।
କଳିଙ୍ଗନଗର ଠାରେ ୧୦ ଏକର ଜମିରେ ନିର୍ମିତ ହୋଇଥିବା ଏହି ହସ୍ପିଟାଲରେ ନେକ୍ସଟ୍ ଜେନେରେସନ୍ ଟ୍ରିଟମେଂଟ ସହିତ ନୂତନ ଜ୍ଞାନ କୌଶଳ ର ଚିକିତ୍ସା ସୁବିଧା ମିଳିପାରିବ । ଏଥିରେ ପ୍ରତି ବିଭାଗରେ ବିଶେଷଜ୍ଞ ରହିବା ସହ କାର୍ଡିଆକ୍ , ସାଇନସେନ୍ , ନ୍ୟୁରୋ ସାଇନସେସ୍ , ଏମର୍ଜେନ୍ସି କେୟାର , ହାର୍ଟ କେୟାର ଭଳି କ୍ଷେତ୍ରରେ ଅଧିକ ଦୃଷ୍ଟି ଦିଆଯିବା ସହ ୩୦ ଟି ସ୍ପେଶାଲିଟି କ୍ଷେତ୍ରର ଚିକିତ୍ସା ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ସୋଆର ପ୍ରତିଷ୍ଠାତା ଡ. ମନୋରଂଜନ ନାୟକ ପ୍ରକାଶ କରିଛନ୍ତି ।