ଭୁବନେଶ୍ୱର– ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଛାଡିବା ପରେ ଘନ କୁହୁଡି ଦେଖାଦେବ । ଏଥିନେଇ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରୀ କରାଯାଇଛି । ବୁଧବାର ଘନ କୁହୁଡି ହେବା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ , ଅନୁଗୁଳ , ଢେଙ୍କାନାଳ, ଖୋର୍ଦ୍ଧା , ପୁରୀ ,ନୟାଗଡ , କନ୍ଧମାଳ , କଳାହାଣ୍ଡି , ବଲାଙ୍ଗୀର ଓ ଝାରସୁରଗୁଡା ।
ସେହିପରି ଆସନ୍ତାକାଲି ପାଇଁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରୀ ହୋଇଥିବା ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା , ପୁରୀ , ଜଗତସିଂହପୁର ,ଗଂଜାମ , କନ୍ଧମାଳ ଓ କଳାହାଣ୍ଡି । ୨୮ ତାରିଖରେ କଳାହାଣ୍ଡି , କନ୍ଧମାଳ ଓ ବଲାଙ୍ଗୀରରେ ଘନ କୁହୁଡି ଦେଖାଦେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୯ ତାରିଖ ବେଳକୁ ପାଗ ଶୁଖିଲା ରହିବ ।