ଭୁୁବନେଶ୍ୱର – ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗୃହରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଅଭିଯୋଗ କରି ତାଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ତାଙ୍କର ଏହି ନୋଟିସ ସେ ପାଇଛନ୍ତି ଓ ଏହା ଉପରେ ସେ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ଗୃହରେ ଶ୍ରୀ ସାଲୁଜା କହିଛନ୍ତି ତୁରେଇକଲା ବ୍ଲକରେ ଜଳ ସେଚନର ସ୍ଥିତି ନେଇ ବିଭାଗୀୟ ମନ୍ତ୍ରୀ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି । ସେ ୨୦୧୯ ମସିହାରେ ୨ଟି ଓ ଚଳିତ ଅଧିବେଶନରେ ଏ ସମ୍ପର୍କରେ ଗୋଟିଏ ପ୍ରଶ୍ନ ପଚାରିଥିଲେ । ତେବେ ସବୁ ଥିରେ ଅଲଗା ଅଲଗା ଉତର ଦେଇଛନ୍ତି । ତେଣୁ ସେ ତାଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ବୋଲି କହିଛନ୍ତି । ଅପର ପକ୍ଷରେ ତାଙ୍କର ଏହି ନୋଟିସ ସେ ପାଇଛନ୍ତି ଓ ଏହା ଉପରେ ସେ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।